Saturday, January 31, 2026
24.7 C
Odisha

    ଭାରତର ଆତ୍ମସମର୍ପଣ: ଅଷ୍ଟ୍ରେଲିଆ ୧୮୪ ରନ୍‌ରେ ଜିତି ୨-୧ରେ ଆଗୁଆ

    ଆଗକୁ ପଢନ୍ତୁ

    ମେଲ୍‌ବର୍ଣ୍ଣ: ଶେଷ ଦିନରେ ସେଭଳି କିଛି କରିସ୍ମା ହେଲା ନାହିଁ। ବରଂ ଭାରତ ନହାରିବା ମ୍ୟାଚ୍‌କୁ ହାରିଗଲା। ଶେଷ ଅଧିବେଶନ (ଚା’ପାନ ବିରତି ପରେ)ରେ ନାଟକୀୟ ଭାବେ ୭ ୱିକେଟ୍ ହରାଇ ଘଣ୍ଟାକ ଆଗରୁ ଆତ୍ମସମର୍ପଣ କରିଗଲା। ଅଷ୍ଟ୍ରେଲିଆ ମେଲ୍‌ବର୍ଣ୍ଣ ଟେଷ୍ଟ୍‌କୁ ୧୮୪ ରନ୍‌ର ବଡ଼ ବ୍ୟବଧାନରେ ଜିତିବା ସହ ବର୍ଡର ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ୨-୧ରେ ଅଗ୍ରଣୀ ନେଇଯାଇଛି। ଏହ ବିଜୟ ସହ ଅଷ୍ଟ୍ରେଲିଆ ମଧ୍ୟ ଦଶନ୍ଧିରେ ପ୍ରଥମ ଥର ବର୍ଡର ଗାଭାସ୍କର ଟ୍ରଫି ଫେରାଇ ନେବାର ଆଶା ସଞ୍ଚାର କରିଛି। ଆଇସିସି ବିଶ୍ବ ଟେଷ୍ଟ୍ ପ୍ରତିଯୋଗିତାର ଫାଇନାଲ୍‌ ପ୍ରବେଶ ପାଇଁ ବିଜୟୀ ପ୍ୟାଟ୍ କମିନ୍ସଙ୍କ ଦଳ ଦୃଢ଼ ଦାବିଦାର ମଧ୍ୟ ହୋଇଛି। ଅନ୍ୟପକ୍ଷରେ ବିଜିଟି ଶୃଙ୍ଖଳା ହାତଛଡ଼ା କରିବାର ବିପଦକୁ ନିମନ୍ତ୍ରଣ କରିଛି ଏବଂ ବିଶ୍ବ ଟେଷ୍ଟ୍ ପ୍ରତିଯୋଗିତା ଫାଇନାଲ୍ ଦୌଡ଼ରେ ପଛରେ ପଡ଼ିଯାଇଛି।
    ସୋମବାର ଅଷ୍ଟ୍ରେଲିଆ ୨୨୮/୯ରୁ ଖେଳି ୬ ରନ୍‌ ଯୋଡ଼ିବା ପରେ ଶେଷ ୱିକେଟ୍ ହରାଇଥିଲା। ନାଥନ୍ ଲାୟନଙ୍କୁ ନିଜ ପଞ୍ଚମ ଶିକାର କରି ଯଶପ୍ରୀତ୍ ବୁମ୍‌ରା ଚଳିତ ଗସ୍ତରେ ଦ୍ବିତୀୟ ୫ ୱିକେଟ୍ ସଫଳତା ତଥା ୩୦ତମ ୱିକେଟ୍ ନେଇଥିଲେ। ଏଥି ସହ ଭାରତ ସମ୍ମୁଖରେ ୩୪୦ ରନ୍‌ର ଆହ୍ବାନଭରା ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ ପ୍ରଥମ ୧୬ ଓଭର ସଫଳ ମୁକାବିଲା କରିଥିଲେ। କିନ୍ତୁ ସପ୍ତଦଶ ଓଭରରେ ପାଟ୍ କମିନ୍ସ ରୋହିତ ଶର୍ମା (୪୦ ବଲ୍‌ରୁ ୯ ରନ୍)ଏବଂ କେଏଲ୍ ରାହୁଲ (୫ ବଲ୍‌ରୁ ଶୂନ)ଙ୍କୁ ୪ଟି ବଲ୍ ବ୍ୟବଧାନରେ ପ୍ୟାଭିଲିଅନ୍ ପଠାଇ ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ବିରାଟ କୋହଲି ୨୯ ବଲ୍‌ ଖେଳିଥିଲେ କିନ୍ତୁ ସେହି ପୁରୁଣା ରୋଗ ଅଫ୍‌ଷ୍ଟମ୍ପ୍ ବାହାର ବଲ୍‌କୁ ଖେଳି ପ୍ୟାଭିଲିଅନ୍ ଫେରିଆସିଥିଲେ। ଏହା ପରେ ଏମ୍‌ସିଜି ମଝିରେ ଏକାଠି ହୋଇଥିବା ଜୟସ୍ବାଲ ଓ ଋଷଭ ପନ୍ତ୍‌ଙ୍କ ବାମହାତୀ ଯୋଡ଼ି ସମ୍ପୂର୍ଣ୍ଣ ଅଧିବେଶନ (ମଧ୍ୟାହ୍ନ ଭୋଜନରୁ ଚା’ପାନ ବିରତି)ରେ ୱିକେଟ୍ ହରାଇ ନଥିଲେ। ଏଥି ସହ ଭାରତ ଅନ୍ୟୂନ ପରାଜୟ ଏଡ଼ାଇବ ବୋଲି ଦୃଢ଼ ଆତ୍ମବିଶ୍ବାସ ହୋଇଥିଲା। ସାମୟିକ ବୋଲର ଟ୍ରାଭିସ୍ ହେଡ୍‌ ଏହି ଦୃଢ଼ ୮୮ ରନ୍‌ ଭାଗୀଦାରିକୁ ଅଲଗା କରି ଦେଇଥିଲେ। ପନ୍ତ୍‌ଙ୍କୁ ତାଙ୍କ ଅଫ୍‌ଷ୍ଟମ୍ପ୍ ବାହାର ବଲ୍‌କୁ ପୁଲ୍ ‌ଖେଳିବା ପରେ ଲଙ୍ଗ ଅନ୍‌ରେ ମାର୍ସଙ୍କ ହାତରେ ଧରାପଡ଼ିଯାଇଥିଲେ। ଏହା ହିଁ ମ୍ୟାଚ୍‌ର ଟର୍ଣ୍ଣିଂ ପଏଣ୍ଟ୍ ହୋଇଥିଲା। ରବୀନ୍ଦ୍ର ଜାଡ଼େଜାଙ୍କୁ ସ୍କଟ୍ ବୋଲାଣ୍ଡ୍‌ ଏବଂ ପ୍ରଥମ ପାଳି ଶତକଧାରୀ ନୀତୀଶ କୁମାର ରେଡ୍ଡୀଙ୍କୁ ନାଥନ୍ ଲାୟନ୍‌ ୱିକେଟ୍ ପଛପଟେ ଆଉଟ୍ କରି ଭାରତର ସବୁ ଆଶାକୁ ଶେଷ କରି ଦେଇଥିଲେ। ଶେଷକୁ ଏକମାତ୍ର ଲଢ଼ୁଆ ଖେଳୁଥିବା ଜୟସ୍ବାଲ (୨୦୮ ବଲ୍‌ରୁ ୮୪ ରନ୍) ବିବାଦୀୟ ଆଉଟ୍‌ର ଶିକାର ହେବା ଭାରତର ପରାଜୟକୁ ନିଶ୍ଚିତ କରିଥିଲା। ପୂର୍ବ ପାଳି ଭଳି ଭାରତର ନିମ୍ନକ୍ରମ ଲଢ଼ି ପାରି ନଥିଲେ। ବୋଲାଣ୍ଡ୍‌, ଲାୟନ୍ ଶେଷ ୩ ୱିକେଟ୍‌କୁ ଦଖଲ କରି ଘରୋଇ ଦଳକୁ ଗତ ଥର ପରାଜୟର ପ୍ରତିଶୋଧ ଆଣି ଦେଇଥିଲେ। ଅଲରାଉଣ୍ଡ୍ ପ୍ରଦର୍ଶନ କରିଥିବା ଅଧିନାୟକ ପ୍ୟାଟ୍ କମିନ୍ସ (୪୯, ୩/୮୯, ୪୧, ୨/୨୮) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପଞ୍ଚମ ତଥା ଶେଷ ଟେଷ୍ଟ୍ ଜାନୁଆରି ୩ ତାରିଖରୁ ଆରମ୍ଭ ହେବ।

    ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୪୭୪ (ଷ୍ଟିଭେନ୍ ସ୍ମିଥ୍-୧୪୦, ଯଶପ୍ରୀତ୍ ବୁମ୍‌ରା-୪/୯୯, ରବୀନ୍ଦ୍ର ଜାଡ଼େଜା-୩/୭୮)। ଭାରତ ପ୍ରଥମ ପାଳି: ୩୬୯ (ନୀତୀଶ କୁମାର ରେଡ୍ଡୀ-୧୧୪, ଯଶସ୍ବୀ ଜୟସ୍ବାଲ-୮୨, ୱାସିଂଟନ୍ ସୁନ୍ଦର-୫୦, ସ୍କଟ୍ ବୋଲାଣ୍ଡ୍‌-୩/୫୭, ପ୍ୟାଟ୍ କମିନ୍ସ-୩/୮୯, ନାଥନ୍ ଲାୟନ୍‌-୩/୯୬)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୮୩.୪ ଓଭରରେ ୨୩୪/୧୦ (ମାର୍ନସ ଲବୁସାନ୍‌-୭୦, ପ୍ୟାଟ୍‌ କମିନ୍ସ-୪୧, ନାଥନ୍ ଲାୟନ୍-୪୧, ସ୍କଟ୍‌ ବୋଲାଣ୍ଡ୍‌-୧୫*, ଯଶପ୍ରୀତ୍ ବୁମ୍‌ରା-୫/୫୭, ମହମ୍ମଦ ସିରାଜ-୩/୭୦, ରବୀନ୍ଦ୍ର ଜାଡ଼େଜା-୧/୩୩)। ଭାରତ ଦ୍ବିତୀୟ ପାଳି: ୭୯.୧ ଓଭରରେ ୧୫୫/୧୦ (ଯଶସ୍ବୀ ଜୟସ୍ବାଲ-୮୪, ଋଷଭ ପନ୍ତ୍‌-୩୦, ପ୍ୟାଟ୍ କମିନ୍ସ-୩/୨୮, ସ୍କଟ୍‌ ବୋଲାଣ୍ଡ୍‌-୩/୩୯, ନାଥନ୍ ଲାୟନ୍‌-୨/୩୭, ଟ୍ରାଭିସ୍ ହେଡ୍‌-୧/୧୪)।

    ଜୟସ୍ବାଲଙ୍କ ଆଉଟ୍‌କୁ ନେଇ ବିବାଦ
    ଭାରତର ପରାଜୟ ଭିତରେ ସୋମବାର ଜୟସ୍ବାଲଙ୍କ ବିବାଦୀୟ ଆଉଟ୍‌କୁ ନେଇ ଖୁବ୍ ଚର୍ଚ୍ଚା ହୋଇଛି। ଭାରତୀୟ ପ୍ରଶଂସକମାନେ ଏହାକୁ ଗ୍ରହଣ କରିପାରିନାହାନ୍ତି, କ୍ରିକେଟ୍‌ ପଣ୍ଡିତମାନେ ଏହାକୁ କଟୁ ସମାଲୋଚନା କରିଛନ୍ତି। ମ୍ୟାଚ୍‌ର ୭୧ତମ ଓଭରରେ ପ୍ୟାଟ୍ କମିନ୍ସଙ୍କ ବାଉଁସର୍ ବଲକୁ ଜୟସ୍ବାଲ ଫାଇନ୍‌ ଲେଗ୍ ଅଞ୍ଚଳକୁ ଖେଳିବାକୁ ଚେଷ୍ଟା କରିଥିଲେ। ବଲ୍‌ ବ୍ୟାଟ୍‌, ଗ୍ଲୋଭ୍ସ କିମ୍ବା ଉଭୟରେ ବାଜି ନଥିଲେ ମଧ୍ୟ ଗତିପଥି ବଦଳାଇବା ଭଳି ଦୃଶ୍ୟମାନ ହୋଇଥିଲା। ୱିକେଟରକ୍ଷକ ଆଲେକ୍ସ କ୍ୟାରି କ୍ୟାଚ୍‌ ନେବା ପରେ ଫିଲ୍ଡ ଅମ୍ପାୟାର୍ ଆଉଟ୍ ଦେଇ ନଥିଲେ। ଅଷ୍ଟ୍ରେଲିଆ ଡିଆର୍‌ଏସ୍ ବ୍ୟବହାର କରିବା ପରେ ରିଭ୍ୟୁରୁ କିଛ ସ୍ପଷ୍ଟ ଚିତ୍ର ମିଳି ନଥିଲା। ଏପରିକି ସ୍ନିକୋ ମିଟର୍‌ରେ ବଲ୍‌ କୌଣସିଟିକୁ ସ୍ପର୍ଶ କରି ନଥିବା ଦର୍ଶାଇଥିଲା। ଏହା ସତ୍ତ୍ବେ ତୃତୀୟ ଅମ୍ପାୟାର୍‌ ବାଂଲାଦେଶର ସର୍ଫ‌ଦୌଲା ବଲ୍‌ ଗତିପଥ ବଦଳାଇଥିବା ଆଧାରରେ ଆଉଟ୍ ଘୋଷଣା କରିଥିଲେ। ଜୟସ୍ବାଲ ଅସନ୍ତୋଷର ସହ ବିବାୟ ନେଇଥିଲେ। ବଲ୍ ଗତିପଥ ବଦଳାଇବା ଏକ ଭ୍ରମ ‌ହୋଇପାରେ ବୋଲି ଅନେକ ସନ୍ଦେହ କରିଛନ୍ତି। ବିନା ପ୍ରମାଣରେ ତୃତୀୟ ଅମ୍ପାୟାର୍‌ ନିଷ୍ପତ୍ତି ପରିବର୍ତ୍ତନ କରିବାର ଅଧିକାର ଅଛି କି? ‌ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ଭାଷ୍ୟକାର ଭୂମିକାରେ ଥିବା କିଂବଦନ୍ତି ବ୍ୟାଟର୍ ସୁନିଲ ଗାଭାସ୍କର ଏହାକୁ ନେଇ ଭୀଷଣ ବର୍ଷିଛନ୍ତି। ବଲ୍‌ର ଗତିପଥ ପରିବର୍ତନ ଭ୍ରକ ହୋଇପାରେ। ଟେକ୍‌ନୋଲୋଜି କାହିଁକି ବ୍ୟବାହାର ହେଉଛି ବୋଲି ଗାଭାସ୍କର ପ୍ରଶ୍ନ କରିଛନ୍ତି। ଟେକ୍‌ନୋଲୋଜିକୁ ଅଣଦେଖା କରି ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ଗାଭାସ୍କର କହିଛନ୍ତି। ଟେକନୋଲଜିକୁ ଯଦି ପ୍ରମାଣ ଭାବେ ନିଆଯାଉନାହିଁ ତେବେ ଏହା କେଉଁଥି ପାଇଁ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    32 %
    1.9kmh
    86 %
    Sat
    23 °
    Sun
    31 °
    Mon
    32 °
    Tue
    32 °
    Wed
    33 °

    ସମ୍ବନ୍ଧିତ