Sunday, February 1, 2026
30 C
Odisha

    ଭୁଶୁଡ଼ି ପଡ଼ିଲା ସମାଧିସ୍ଥଳରେ ନିର୍ମିତ ହୋଇଥିବା କାନ୍ଥ; ଧ୍ବଂସାବଶେଷ ତଳେ ଚାପି ହୋଇ ୨ଶିଶୁ ସମେତ ୭ଜଣଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଶନିବାର ଅଗଷ୍ଟ ୯ତାରିଖ ରକ୍ଷାବନ୍ଧନକୁ ଧୁମଧାମରେ ପାଳନ କରାଯାଉଥିବା ବେଳେ ଦକ୍ଷିଣ ପୂର୍ବ ଦିଲ୍ଲୀର ଜୈତପୁର ପୁଲିସ ଷ୍ଟେସନ ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ହରିନଗର ଗାଁ ପଛରେ ଥିବା ସମାଧିସ୍ଥଳରେ ଏକ ୧୦୦ଫୁଟ ଲମ୍ବର କାନ୍ଥ ନିର୍ମାଣ କରାଯାଇଥିଲା। ଆଜି ସକାଳେ ହଠାତ କେହି କିଛି ବୁଝିବା ପୂର୍ବରୁ ଉକ୍ତ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। କାନ୍ଥଟି ବସ୍ତି ଉପରେ ପଡ଼ିବା ଯୋଗୁଁ ଏହାର ଧ୍ବଂସାବଶେଷ ତଳେ ଅନେକଲୋକ ଚାପି ହୋଇଯାଇଥିଲେ।

    ସଙ୍ଗେସଙ୍ଗେ ସ୍ଥାନୀୟଲୋକ ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସ ଓ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ଖବର ପାଇ ପୁଲିସ, ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଦିଲ୍ଲୀ ପୁଲିସ, ଅଗ୍ନିଶମ ବାହିନୀ, ଏନଡିଆରଏଫ ଦଳ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି। ଦୁର୍ଘଟଣାର ଯାଞ୍ଚ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30 ° C
    30 °
    30 °
    26 %
    3.2kmh
    87 %
    Sun
    28 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ