Saturday, April 25, 2026
27.9 C
Odisha

    ୩୦ରେ କମ୍ପିବ ବିଧାନସଭା

    ଆଗକୁ ପଢନ୍ତୁ

    ମଞ୍ଚ ସାଜିବ ବିଧାନସଭା, ୩୦ରେ କମ୍ପିବ ଗୃହ । ମହିଳା ସଂରକ୍ଷଣକୁ ନେଇ ଆମ୍ନା ସାମ୍ନା ହୋଇପାରନ୍ତି ଶାସକ ଓ ବିରୋଧୀ । ସଂସଦରେ ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ବିରୋଧୀଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲା ଶାସକ ବିଜେପି । ପୂର୍ବରୁ ମହିଳା ସଂରକ୍ଷଣ ପ୍ରସ୍ତାବ ଓଡ଼ିଶା ବିଧାନସଭାରେ ପାରିତ ହୋଇଥିବା ବେଳେ ଏବେ ସ୍ୱତନ୍ତ୍ର ଅଧିବେଶନ ଡକାଯିବା ପଛରେ ଥିବା ରାଜନୈତିକ ଅଭିସନ୍ଧିକୁ ନେଇ ଶାସକ ଦଳକୁ କାଦୁଅ ଫିଙ୍ଗିଛନ୍ତି ବିରୋଧୀ ।ସଂସଦରେ ମହିଳା ସଂରକ୍ଷଣ ସଂଶୋଧନ ଓ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ କାଟ ଖାଇବା ପରେ ଏହାକୁ ରାଜନୈତିକ ପ୍ରସଙ୍ଗ କରିଛି ବିଜେପି । ଦିଲ୍ଲୀରୁ ପଲ୍ଲୀ ଯାଏଁ, ବିଜେପି ଏହି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖରେ ପହଞ୍ଚିଲାଣି । ବିରୋଧୀ ଦଳ ମାନେ ମହିଳା ବିରୋଧୀ ବୋଲି ନାରା ଦେଇ ମହିଳା ଆକ୍ରୋଶ ସମାବେଶ କରୁଛି ବିଜେପି । ସଡ଼କରେ ବିରୋଧୀଙ୍କୁ ଘେରୁଥିବା ଶାସକ ଦଳ ଏବେ ବିଧାନସଭାରେ ଘେରିବାକୁ ରଣନୀତି କରିଛି । ଏଥିପାଇଁ ଆସନ୍ତା ୩୦ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଦିନିକିଆ ଅଧିବେଶନ ବସିବ । ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରୀ ନେଇ ହେବ ଆଲୋଚନା । ଚର୍ଚ୍ଚା ହେଉଛି, ମହିଳା ସଂରକ୍ଷଣ ବିଲ୍‌ ସପକ୍ଷରେ ପ୍ରସ୍ତାବ ପାରିତ କରିବାକୁ ବିଜେପି ଅଣ୍ଟା ଭିଡ଼ିଛି । ଏହାଦ୍ୱାରା ବିରୋଧୀ ଦଳର ମୁଖା ଖୋଲିବାକୁ ମନସ୍ଥିର କରିଛି ଶାସକ ବିଜେପି ।ସଂସଦରେ ବିଲ୍‌ ଆସିବା ପୂର୍ବରୁ ୪୮ ଘଣ୍ଟା ଭିତରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ହେଲେ ସରକାରଙ୍କ ପକ୍ଷରୁ ସେତେବେଳେ ସ୍ୱତନ୍ତ୍ର ଅଧିବେଶନ ନେଇ କୌଣସି ସଂକେତ ମିଳିନଥିଲା । ଏବେ ସଂସଦରେ ବିଲ୍‌ କାଟ ଖାଇବା ପରେ ସରକାର ଡାକିଥିବା ସ୍ୱତନ୍ତ୍ର ଅଧିବେଶନକୁ ନେଇ ଚିହିଁକି ଉଠିଛନ୍ତି ବିରୋଧୀ । ବିଜେଡି କହିଛି, ବିରୋଧୀଙ୍କୁ ଦୋଷୀ ଓ ସମାଲୋଚିତ କରିବାକୁ ଅଧିବେଶନ ଡକାଯାଇଛି । କଟାକ୍ଷ କରି କଂଗ୍ରେସ କହିଛି, ଡ୍ରାମା କରୁଛି ବିଜେପି ।
    ଏବେ ପ୍ରଶ୍ନ ଉଠୁଛି, ସ୍ୱତନ୍ତ୍ର ଅଧିବେଶନରେ ଆସିବାକୁ ଥିବା ପ୍ରସ୍ତାବରେ ସହମତ ହେବେ ତ ଶାସକ ଓ ବିରୋଧୀ ?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.9 ° C
    27.9 °
    27.9 °
    59 %
    2.4kmh
    74 %
    Sat
    28 °
    Sun
    43 °
    Mon
    44 °
    Tue
    42 °
    Wed
    40 °

    ସମ୍ବନ୍ଧିତ