Thursday, October 15, 2026
21.9 C
Odisha

    ମନରେଗା ମଜୁରି ପାଇଁ କେନ୍ଦ୍ର ଦେଲା ୧୭,୭୪୪ କୋଟି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁରୁଣା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବା ମନରେଗାର ପ୍ରଥମ ମଜୁରୀ କିସ୍ତି ବାବଦରେ ୧୭,୭୪୪.୧୯ କୋଟି ଠଙ୍କା ଜାରି କରିଛନ୍ତି। ଏହି ଯୋଜନାରେ କାମ କରିଥିବା ଲୋକମାନଙ୍କୁ ଠିକ୍ ସମୟରେ ସେମାନଙ୍କ ପ୍ରାପ୍ୟ ଦେବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ସରକା‌ର ଏହି ପାଣ୍ଠି ଦେଇଛନ୍ତି।

    ନିକଟରେ ମନରେଗା ସ୍ଥାନରେ ସରକାର ନୂଆ ଯୋଜନା ଭିବି ଜି-ରାମ-ଜି ଘୋଷଣା କରିଥିଲେ। ମନରେଗାମଜୁରି କିସ୍ତି ବ୍ୟତୀତ ଏହି ଯୋଜନାର ଉପକରଣ ଓ ପ୍ରଶାସନିକ ବ୍ୟୟ ବହନ କରିବା ଲାଗି ସରକାର ୩୪୭୮ କୋଟି ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି। ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ମନରେଗା ନିଯୁକ୍ତିରେ ୩୫.୩ ପ୍ରତିଶତର ହ୍ରାସ ଘଟିଛି। ମନରେଗା ହେଉଛି ଏକ ଚାହିଦା ଆଧାରିତ ଯୋଜନା। ଏଥିରେ ବିଭିନ୍ନ ମାସରେ କାମର ଚାହିଦା ଭିନ୍ନ ଭିନ୍ନ ରହିଥାଏ। ବିଶେଷ କରି ଋତୁ ଭିତ୍ତିକ ଓ ସ୍ଥାନୀୟ ଜୀବିକା ସୁଯୋଗ ଉପରେ ଏହି କାମର ଚାହିଦା ନିର୍ଭର କରିଥାଏ।
    ସେହି ପରିବର୍ତ୍ତନ ଅନୁସାରେ ମନରେଗା ପାଣ୍ଠିକୁ ସରକାର ସମନ୍ବିତ କରିବାକୁ ଚାହୁଛନ୍ତି। ୨୦୨୬ ପାଇଁ ୩୦ କୋଟି ବ୍ୟକ୍ତି-ଦିବସ ଧାର୍ଯ୍ୟ କରାଯାଇଥିଲା। ମେ ମାସ ପାଇଁ ୪୩ କୋଟି ବ୍ୟକ୍ତି ଦିବସ ଧାର୍ଯ୍ୟ କରାଯାଇଛି। ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଭିବି ଜି-ରାମ-ଜି ଯୋଜନା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ମ‌ନରେଗା ଜାରି ରହିବ। ୨୦୨୬-୨୭ ଆର୍ଥିକ ବର୍ଷ ବଜେଟ୍‌ରେ ଭିବି-ଗ୍ରାମୀଣ ଯୋଜନା ପାଇଁ ସରକାର ୯୫,୬୯୨ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରିଛନ୍ତି। ମନରେଗା ପାଇଁ ୩୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.9 ° C
    21.9 °
    21.9 °
    95 %
    1.1kmh
    11 %
    Wed
    22 °
    Thu
    29 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ