Monday, March 16, 2026
21.4 C
Odisha

    ମନ୍ଦିର ମେଘନାଦ ପାଚେରିରେ ଫାଟ

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ ଥିବା ନେଇ ପୂର୍ବରୁ ଧରିତ୍ରୀରେ ଖବର ପ୍ରସାରଣ ହେବା ସହ ଏ ନେଇ ଏଏସଆଇ ଅବଗତ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ କାଳୀନ କାର୍ଯ୍ୟ ହେଉ ନଥିବାରୁ ପାଣି ଝରୁଥିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ । ଗତ ସେପ୍ଟେମ୍ବର ମାସରେ ପାଚେରୀରୁ ପାଣି ଝରୁଥିବା ନେଇ ଧରିତ୍ରୀରେ ଖବର ପ୍ରସାରିତ ହୋଇଥିବାବେଳେ ଏଏସଆଇ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବା ନେଇ କୁହାଯାଇଥିବା ସତ୍ତ୍ୱେ କାର୍ଯ୍ୟ ଘର କିନ୍ତୁ ଶୂନ ରହୁଛି l ଉତ୍ତରଦ୍ୱାର ନିକଟ ମେଘନାଦ ପାଚେରୀର ବିଭନ୍ନ ସ୍ଥାନରେ ପାଣି ଝରୁଥିବାବେଳେ ପାଚେରୀର ସ୍ଥିତି ଅସୁରକ୍ଷିତ ରହିଥିବା ଅନୁମାନ କରାଯାଉଛି। ତେବେ ପାଚେରୀର ସୁରକ୍ଷା ନେଇ ତୁରନ୍ତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହୋଇଛି।
    ଶ୍ରୀମନ୍ଦିର ପ୍ରଶାସନ ତଥା ଜିଲା ପ୍ରଶାସନ ମେଘନାଦ ପାଚେରି ସୁରକ୍ଷା ପାଇଁ ଏଏସଆଇ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି l ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ବେଶ ପ୍ରାଚୀନ ନିର୍ମିିତ ମେଘନାଦ ପାଚେରି ଏକ ଐତିହାସିକପୂର୍ଣ୍ଣ କୀର୍ତ୍ତିରାଜି ହୋଇଥିବାବେଳେ ଏହାର ନିର୍ମାଣ ଶୈଳୀ ମଧ୍ୟ ବେଶ ନିଆରା l ତେବେ ଗତ ସେପ୍ଟେମ୍ବର ମାସରେ ଉତ୍ତରଦ୍ୱାର ନିକଟରେ ଏହି ଭବ୍ୟ ପ୍ରାଚୀରରୁ ଫାଟ ସୃଷ୍ଟି ହୋଇ ପାଣି ନିର୍ଗତ ହେବା ନଜରକୁ ଆସିଥିବାବେଳେ ପ୍ରାଚୀରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିଲା l ଏ ସଂକ୍ରାନ୍ତରେ ସେତେବେଳେ ଖବର ପ୍ରସାରିତ ହୋଇଥିବାବେଳେ ଏହାର ତୁରନ୍ତ ମରାମତି ନେଇ ଏଏସଆଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.4 ° C
    21.4 °
    21.4 °
    60 %
    2.5kmh
    66 %
    Mon
    24 °
    Tue
    37 °
    Wed
    37 °
    Thu
    36 °
    Fri
    36 °

    ସମ୍ବନ୍ଧିତ