Wednesday, October 14, 2026
22.5 C
Odisha

    ମହାପ୍ରଭୁଙ୍କ ଆଶିଷ ନେଲେ ବରୁଣ, ୱାସିଂଟନ୍ ଓ ଅକ୍ଷର

    ଆଗକୁ ପଢନ୍ତୁ

    ରାତି ପାହିଲେ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଦେଖିବାକୁ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳୁଛି। ଏହା ପୂର୍ବରୁ ଶନିବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ତିନି ଖେଳାଳି। ଭାରତୀୟ ଦଳର ଚର୍ଚ୍ଚିତ ସ୍ପିନର୍‌ ବରୁଣ ଚକ୍ରବର୍ତ୍ତୀ ଏବଂ ଦୁଇ ଅଲ୍‌ରାଉଣ୍ଡ୍ ୱାସିଂଟନ୍‌ ସୁନ୍ଦର ଓ ଅକ୍ଷର ପଟେଲ୍‌ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି।ଆଜି ସକାଳେ କଡ଼ା ସୁରକ୍ଷା ଭିତରେ ତିନି ଖେଳାଳି ବ୍ୟାଟେରି ଚାଳିତ ଗାଡ଼ିରେ ଆସି ସିଂହଦ୍ବାରରେ ଓହ୍ଲାଇବା ପରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ମୁଦୁଲି ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ଯିବା ପରେ ଭିତର କାଠରୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ବେଢ଼ା ପରିକ୍ରମା କରିବା ସହ ପାର୍ଶ୍ବ ଦେବବେଦୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ମହାପ୍ରଭୁଙ୍କୁ ପତିତପାବନ ବାନା ଓ ଲାଗି ଖଣ୍ଡୁଆ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.5 ° C
    22.5 °
    22.5 °
    90 %
    1.1kmh
    87 %
    Tue
    22 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ