Sunday, October 11, 2026
22.1 C
Odisha

    ମହାଶିବରାତ୍ରି ଉପଲକ୍ଷେ ଲିଙ୍ଗରାଜଙ୍କ ଭଜନ ମଣ୍ଡପଠାରେ ଜାତୀୟସ୍ତରୀୟ ଭଜନ ସମାରୋହ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ହେବ ଜାତୀୟସ୍ତରୀୟ ଭଜନ ସମାରୋହ । ଲିଙ୍ଗରାଜଙ୍କ ଭଜନ ମଣ୍ଡପଠାରେ ଅନୁଷ୍ଠିତ ହେବଏହି ସମାରୋହ। ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ସାଝିବେ ବଲିଉଡ ପ୍ରସିଦ୍ଧ କଣ୍ଠଶିଳ୍ପୀ ନୀତିନ ମୁକେଶ ।

    ମୁମ୍ବାଇର ଖ୍ୟାତନାମା କଳାକାର ନୀତିନ ମୁକେଶ, କୁମାରୀ ଖୁସ୍ ବୁ ତିୱାରୀ, ମିସ ଦର୍ଶନ, ଶଶିକାନ୍ତ ପୌଡ଼ଓ୍ବାଲ, ଅମିତାବଚନ, କୋ କାଲିକତାର ତାର ତାନି, ମୁନି ଓ ପାର୍ଥ ପ୍ରତୀମ ଶାହା, ଛତିଶଗଡ଼ର ତାନିସ ବର୍ମା, ଉତ୍ତର ପ୍ରଦେଶର ବଦ୍ଧନ ସିଂଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶ ର୍ଦ୍ଦଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ୩୦ରୁ ଉର୍ଦ୍ଧ୍ବ ଖ୍ୟାତନାମା କଳାକାର ଶ୍ରୀଚରଣ, କୁମାର ବାପି, ସୌରଭ ନାୟକ, ସୁଶ୍ରୀ ଶୈଳଭାମା ମହାପାତ୍ର, ସୁଧାକର ମିଶ୍ର, ମାନସୀ ପାତ୍ର, ରବୀନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ ବେହେରା, ପିନାକୀ ନାୟକ, ଅଞ୍ଜଳି ମିଶ୍ର, ଦିଲ୍ଲୀରେଖା ପାଢୀ, ଶ୍ରୀମତୀ କ୍ରିଷ୍ଣା ମିଶ୍ର, ଅରୂପା ଦାସ, ଦିବ୍ୟା ଦାସ ଓ ବିଷ୍ଣୁପ୍ରିୟାଙ୍କ ସହିତ ବିଶିଷ୍ଟ କଳାକାରମାନେ ଯୋଗଦେବେ ।

    ମହାଶିବରାତ୍ରି ଦିନ ଲିଙ୍ଗରାଜ ଭଜନ ମଣ୍ଡପରେ ଭୋର ୪ ଘଟିକାରୁ ଶଙ୍ଖଧ୍ବନି, ବେଦପାଠ, ଶିବ ସହସ୍ର ନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମ ଚରିତ ମାନସ ପରାୟଣ ଓ ପ୍ରବଚନ କରାଯିବା ପରେ ସନ୍ଧ୍ୟା ୭ ଘଟିକାରୁ ଭୋର ୫ଟା ପର୍ଯ୍ୟନ୍ତ ଜାତୀୟସ୍ତରୀୟ ଭଜନ ସମାରୋହ ଅନୁଷ୍ଠିତ ହେବ । ସଙ୍ଗୀତ ଜଗତର ଖ୍ୟାତନାମା କଳାକାରମାନଙ୍କୁ ‘ ଏକାମ୍ରଶ୍ରୀ ସମ୍ମାନ’ରେ ସମ୍ମାନିତ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ