ରୋହତକ: ହରିୟାଣାର ରୋହତକରେ କଂଗ୍ରେସ କର୍ମୀ ହିମାନୀ ନରୱାଲଙ୍କ ମୃତଦେହ ଏକ ସୁଟକେସରୁ ମିଳିଥିଲା । ହିମାନୀଙ୍କ ମାଆ ସବିତା ଏନେଇ ଗୁରୁତର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ନିର୍ବାଚନ ଏବଂ ପାର୍ଟି ମୋ ଝିଅର ଜୀବନ ନେଇଗଲା । ଏହି କାରଣରୁ ମୋ ଝିଅର କିଛି ଶତ୍ରୁ ହୋଇଯାଇଥିଲେ । ଯେଉଁ ମାନେ ଶତ୍ରୁ ପକ୍ଷରୁ ହୋଇପାରନ୍ତି ।
ହିମାନୀଙ୍କ ମା କହିଛନ୍ତି ଦଳରେ ହିମାନୀଙ୍କ ପ୍ରତିଷ୍ଠା ବଢ଼ୁ ଥିବାର ଦେଖାଯାଉଥିଲା । ସେ ରାହୁଲ ଗାନ୍ଧୀଙ୍କ ସହିତ ଯାଉଥିଲା । ହୁଡା ପରିବାରର ନିକଟତର ଥିଲେ ତେଣୁ ଲୋକଙ୍କ ସମସ୍ୟା ହେଉଥିଲା ଯାହାଫଳରେ ସେମାନେ ଈର୍ଷା କରୁଥିଲେ। ବୋଲି କହିଛନ୍ତି । ଆମେ ପୋଲିସ ଷ୍ଟେସନରୁ ଏକ ଫୋନ୍ ପାଇଥିଲୁ ଓ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲୁ । ମୋ ଝିଅ ଆଶା ହୁଡା ଭୁପିନ୍ଦର ସିଂହ ହୁଡାଙ୍କ ସ୍ତ୍ରୀଙ୍କ ବହୁତ ନିକଟତର ଥିଲା । ଯେପର୍ଯ୍ୟନ୍ତ ମୋ ଝିଅକୁ ନ୍ୟାୟ ମିଳିନାହିଁ ସେପର୍ଯ୍ୟନ୍ତ ମୁଁ ତା’ର ଶେଷକୃତ୍ୟ କରିବି ନାହିଁ କହିଛନ୍ତି ହିମାନୀଙ୍କ ମା ।
ଏହାପରେ ସବିତା ପାରିବାରିକ ବିବାଦ ବିଷୟରେ କହିଥିଲେ । ଭୟରେ ରହୁଥିଲୁ ବୋଲି ଜଣାଇଥିଲେ । ମୋ ପୁଅକୁ ଏଠାରୁ ବିଏସଏଫ କ୍ୟାମ୍ପକୁ ପଠାଇ ଦେଇଥିବା କଥା କହିଥିଲେ ମା । ମୋ ବଡ଼ ପୁଅକୁ ୨୦୧୧ ମସିହାରେ ହତ୍ୟା କରାଯାଇଥିଲା ଏବଂ ଆମେ କେବେ ନ୍ୟାୟ ପାଇଲୁ ନାହିଁ । ତେଣୁ ମୁଁ ମୋର ଦ୍ୱିତୀୟ ପୁଅର ଜୀବନ ବଞ୍ଚାଇବା ପାଇଁ ବିଏସଏଫ କ୍ୟାମ୍ପକୁ ପଠାଇ ଦେଇଥିଲି ବୋଲି କହିଛନ୍ତି ମା ।
ନିର୍ବାଚନ ପରେ ସେ ଦଳ ପ୍ରତି ଟିକେ ନିରାଶ ହୋଇଥିଲା । ସେ କହୁଥିଲା ଚାକିରି କରିବ କିନ୍ତୁ ଦଳ ପାଇଁ ଅଧିକ କାମ କରିବ ନାହିଁ । ଗତ ଦଶ ବର୍ଷ ଧରି କଂଗ୍ରେସ ସହିତ ଜଡିତ ଥିଲା । ସେ ମଧ୍ୟ ବିବାହ ପାଇଁ ରାଜି ହୋଇଯାଇଥିଲେ । ଏଲଏଲବି କରୁଥିଲା … ମୁଁ ସକାଳେ ଆଶା ହୁଡାଙ୍କୁ ଫୋନ୍ କରିଥିଲି, କିନ୍ତୁ ମୋ ଫୋନ୍ ଉଠାଇନଥିଲେ ।
ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଡା କହିଛନ୍ତି ଯେ ଦଳ ତଦନ୍ତ ଦାବି କରିଛି ଏବଂଏହା ଦଳ ଭିତରେ ଥିବା କି ବାହାରର କେହି ଥିଲେ, ତଦନ୍ତ ପରେ ହିଁ ଜଣାପଡିବ । ସେ କହିଲେ, “ତାଙ୍କର ମୃତଦେହ ଏବେ ଶବଗୃହରେ ଅଛି । କଂଗ୍ରେସ କର୍ମୀମାନେ ଓ ସ୍ଥାନୀୟ ବିଧାୟକଙ୍କ ସହଯୋଗୀମାନେ ମଧ୍ୟ ଯାଇଛନ୍ତି । ସ୍ଥାନୀୟ ବିଧାୟକ ଭାରତ ଭୂଷଣ ବାତ୍ରା ସେମାନଙ୍କୁ ଭେଟିବାକୁ ଯିବେ । ଦନ୍ତ ଦାବି କରିଛୁ ଏବଂ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ।
ତେବେ ଏହି ଘଟଣାରେ ହିମାନୀ ନରୱାଲଙ୍କ ଭାଇ ଜତୀନ କହିଛନ୍ତି ମୋ ବାପାଙ୍କ ଦେହାନ୍ତ ହୋଇଛି । ମୋ ଭାଇକୁ ହତ୍ୟା କରାଗଲା ଏବଂ ଏବେ ମୋ ଭଉଣୀକୁ ହତ୍ୟା କରାଯାଇଛି। କେବଳ ମୋ ମାଆ ଏବଂ ମୁଁ ଜୀଵୀତ ଅଛୁ ।
ତେବେ ମହିଳା କଂଗ୍ରେସ କର୍ମୀ ହିମାନୀ ନରୱାଲଙ୍କ ହତ୍ୟା ସମ୍ପର୍କରେ ହରିୟାଣା ମନ୍ତ୍ରୀ ଅନିଲ ଭିଜ କହିଛନ୍ତି ତାଙ୍କ ମାଆ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଗମ୍ଭୀର । କଂଗ୍ରେସ ଲୋକମାନେ ପୂର୍ବରୁ ମଧ୍ୟ ଏହା କରିଆସୁଛନ୍ତି । ଶୀଘ୍ର ପ୍ରଗତି ପାଇଁ ଅନ୍ୟମାନଙ୍କୁ ପଛକୁ ଠେଲି ଦେବା କଂଗ୍ରେସର ଏକ ପୁରୁଣା ଅଭ୍ୟାସ । ପୋଲିସ ଏହାର ଗଭୀର ତଦନ୍ତ କରୁଛି ।