Tuesday, August 4, 2026
25.8 C
Odisha

    ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

    ଆଗକୁ ପଢନ୍ତୁ

    ବରଗଡ଼: ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ବାପ, ପୁଅ ଓ ଜ୍ବାଇଁ ଗିରଫ। ବରଗଡ଼ ଜିଲ୍ଲା ଭେଡେନ ଥାନା ରେମଣ୍ଡା ପଂଚାୟତରେ ଚାଞ୍ଚଲ୍ୟ । ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ୩ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୩ ଅଭିଯୁକ୍ତ ବିକ୍ରମ ସରାଫ, ପପୁନ ଓପ୍ରତାପ ସରାଫ। ସମସ୍ତ ଅଭିଯୁକ୍ତ ଯୁବତୀଙ୍କ ସମ୍ପର୍କୀୟ ମାମୁ ଓ ଭାଇ । ଯୁବତୀ ଜଣକ ୧୨ ବର୍ଷ ହେଲା ମାମୁଘରେ ରହୁଥିଲେ ।

    ଗତ ଡିସେମ୍ବର ୧୦ ତାରିଖରେ ଝିଅକୁ ନେଇଯିବାକୁ ଘରକୁ ଲୋକଙ୍କୁ କହିଥିଲେ ମାମୁ । ପରେ ଯୁବତୀ ଜଣକ ଘରକୁ ଯିବା ପରେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ ପରିବାର । ପରେ ପରିବାର ଲୋକଙ୍କ ଆଗରେ ସବୁ କଥା କହିଥିଲେ ପୀଡିତା । ଗଣୁଦଷ୍କର୍ମ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ ପରେ ତଦନ୍ତ କରି ୩ଜଣଙ୍କୁ ଗିରଫ କରିଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    89 %
    1.3kmh
    100 %
    Mon
    26 °
    Tue
    32 °
    Wed
    30 °
    Thu
    27 °
    Fri
    27 °

    ସମ୍ବନ୍ଧିତ