Sunday, October 11, 2026
29.5 C
Odisha

    ମିଳିବ ସୁଭଦ୍ରା ଯୋଜନା ପରବର୍ତ୍ତୀ କିସ୍ତି, ଶୀଘ୍ର କରନ୍ତୁ ଇ-କେୱାଇସି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :ରାଜ୍ୟର ମହିଳାଙ୍କୁ ସଶକ୍ତ କରିବା ଲାଗି ପ୍ରଣୟନ ହୋଇଥିବା ସୁଭଦ୍ରା ଯୋଜନାରେ ନାମ ଯୋଡିବା ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ ୮ ହଜାରରୁ ଅଧିକ ଆବେଦନକାରୀ ପୁନର୍ବାର ସାମିଲ ହୋଇଥିବା ଜଣାପଡିଛି। ଯେଉଁ ଆବେଦନକାରୀମାନେ ତ୍ରୁଟି ଯୋଗୁ ଏହି ଯୋଜନାରୁ ବାଦ ପଡ଼ିଥିଲେ, ସେମାନଙ୍କୁ ସୁଯୋଗ ଦେବା ଲାଗି ରାଜ୍ୟ ସରକାର ଅପ୍ଟ ଇନ ବ୍ୟବସ୍ଥା ବିଷୟ ଘୋଷଣା କରିଥିଲେ। ଏହି ବ୍ୟାବସ୍ତର ସୁଯୋଗ ନେବାକୁ ରାଜ୍ୟ ମହିଳା ଏବ ଶିଶୁ ବିକାଶ ବିଭାଗ ତରଫରୁ ଅନୁରୋଧ କରାଯାଇଛି।ସୂଚନା ଅନୁଯାୟୀ, ରାଜ୍ୟ ସରକାର ଖୁବ ଶୀଘ୍ର ସୁଭଦ୍ରା ଯୋଜନାରେ ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରିବେ। ତେବେ ୨ ଲକ୍ଷରୁ ଅଧିକ ଆବେଦନକାରୀ ସେମାନଙ୍କର ଇ-କେୱାଇସି କରିନଥିବାରୁ ଏହି ସୁବିଧା ପାଇବାରୁ ବଂଚିତ ହେବେ। ତେଣୁ ଆବେଦନକାରୀମାନେ ନିକଟସ୍ଥ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ ପଦ୍ଧତିରେ ନିଜର ଇ-କେୱାଇସି କରିବାକୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ