Wednesday, October 14, 2026
22.1 C
Odisha

    ମୋ ବସ୍‌’ର ନାମ ବଦଳିଲେ, କ୍ୟାମେରା ଖଞ୍ଜିଦେଲେ ହ୍ରାସ ପାଇବ କି ଦୁର୍ଘଟଣା?

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ‌ସମେତ କଟକ,ରାଉରକେଲା, ସମ୍ବଲପୁର, ଖୋର୍ଦ୍ଧା ସହରରେ ପରିଚାଳିତ ହେଉଥିବା ସାଧାରଣ ପରିବହନ ବ୍ୟବସ୍ଥା ‘ମୋ ବସ୍’ର ନାମ ପରିବର୍ତ୍ତନ ହେବ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ‘ମୋ ବସ୍‌’ର ନାଁ ପରିବର୍ତ୍ତନ ହୋଇ ‘ଆମ ବସ୍‌’ ହେବ।ଦୁର୍ଘଟଣା ରୋକିବା ପାଇଁଁ ବସ୍‌ରେ କ୍ୟାମେରା ଲାଗିବ। ଗତ କିଛି ଦିନ ହେବ ଲଗାତାର ମୋ ବସ୍ ଦୁର୍ଘଟଣା ଘଟାଉଥିବା ଖବର ସାମ୍ନାକୁ ଆସୁଛି। ଦୁର୍ଘଟଣା ରୋକିବାକୁ ବସ୍‌ର ଆଗରେ ଓ ପଛରେ କ୍ୟାମେରା ଲାଗିବ।

    ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ପ୍ରତିକ୍ରିୟା ପରେ ଏବେ ମନରେ ପ୍ରଶ୍ନ ଉଠୁଛି ଯେ, ବସ୍‌ର ନାମ ପରିବର୍ତ୍ତନ କଲେ ଓ ଏଥିରେ କ୍ୟାମେରା ଖଞ୍ଜି ଦେଲେ ଦୁର୍ଘଟଣା ହ୍ରାସ ପାଇବ କି। ବାସ୍ତବରେ ଦୁର୍ଘଟଣା ହ୍ରାସ କରିବାକୁ ହେଲେ ବସ୍‌ର ଫିଟ୍‌ନେସ୍‌କୁ ମଜବୁତ ରଖିବାକୁ ହେବ। ସେହିପରି ଏହି ବସ୍‌ର ଚାଳକମାନଙ୍କୁ ସତର୍କ ହେବାକୁ ପଡ଼ିବ। ରାସ୍ତାରେ ଗାଡ଼ି ଚଳାଇବା ବେଳେ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟି ଦେବାକୁ ପଡ଼ିବ।  ସୂଚନାଯୋଗ୍ୟ, ଗତ ୪ ତାରିଖ ଦିନ ଭୁବନେଶ୍ବରର କିଟ୍ ଛକରୁ ନନ୍ଦନକାନନ ଛକ ରାସ୍ତାର ରଘୁନାଥପୁର ପାଖରେ ‘ମୋ ବସ୍’ ଧକ୍କାରେ ଜଣେ ନାବାଳିକାର ମୁତ୍ୟୁ ହୋଇଥିଲା। ସମ୍ବଲପୁର ବରପାଲି ଥାନା ପତେଇପାଲିର ରାମଚନ୍ଦ୍ର ଜୁଆଡ଼ିଙ୍କ ଝିଅ ମୁନି ଜୁଆଡ଼ି (୧୨)ଙ୍କ ଉପରେ ମୋ ବସ୍‌ ଚଢ଼ିଯାଇଥିଲା। ରଘୁନାଥପୁର ଗ୍ରାମରେ ଥିବା ଏକ ଫାର୍ମ ହାଉସରେ ରାମଚନ୍ଦ୍ର ପରିବାର ସହ ରହି ଏଠାରେ କାମ କରନ୍ତି। ଦୁର୍ଘଟଣା ପରେ ବସ୍‌ ଚାଳକ ପୁରୀ ନିମାପଡ଼ାସ୍ଥିତ ହରିପୁର ଗ୍ରାମର ନୃସିଂହ ସେଠୀ ନନ୍ଦନକାନନ ଥାନାରେ ଆତ୍ମସମର୍ପଣ କରିଥିଲେ। କେବଳ ଏତିକି ନୁହେଁ ମୋ ବସ୍‌ ନାମରେ ଆହୁରି ଅନେକ ଅଭିଯୋଗ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.1 ° C
    22.1 °
    22.1 °
    91 %
    0.7kmh
    70 %
    Wed
    29 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ