Sunday, October 11, 2026
25 C
Odisha

    ଯୌନ ନିର୍ଯାତନା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ

    ଆଗକୁ ପଢନ୍ତୁ

    ହାଇଦରାବାଦ : ଯୌନ ନିର୍ଯାତନା ମାମଲାରେ ତେଲେଙ୍ଗାନା ପୋଲିସ ଗତକାଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବି.ସଞ୍ଜୟ କୁମାରଙ୍କ ପୁଅ ବି.ଭଗୀରଥ ସାଇଙ୍କୁ ଗିରଫ କରିଛି। ଭଗୀରଥ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ପୀଡିତାଙ୍କ ଅଭିଯୋଗକୁ ଆଧାର କରି ଭଗୀରଥଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତା ଓ ପୋକ୍‌ସୋ ଆଇନ ଅନୁଯାୟୀ ମାମଲା ଦାଏର କରାଯାଇଥିଲା। ଆଗୁଆ ଜାମିନ ପାଇବାକୁ ଭଗୀରଥ ତେଲଙ୍ଗାନା ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ହାଇକୋର୍ଟରେ ତାଙ୍କ ପିଟିସନ ଖାରଜ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଥିବା ପ୍ରକାଶ। ଅପରପକ୍ଷରେ ତଦନ୍ତ ପ୍ରକ୍ରିୟାରେ ସମସ୍ତ ପ୍ରକାର ସହଯୋଗ କରିବାକୁ ସଞ୍ଜୟ କୁମାର ପ୍ରତିଶ୍ରୁତି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ