Wednesday, July 1, 2026
29.3 C
Odisha

    ରାଜଧାନୀରେ ଚାଞ୍ଚଲ୍ୟ, ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ନାବାଳିକା ସମେତ ୩ ଯୁବତୀଙ୍କୁ ଅପହରଣ ଉଦ୍ୟମ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ ।  ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ନାବାଳିକା ସମେତ ୩ ଯୁବତୀଙ୍କୁ ଅପହରଣ ଉଦ୍ୟମ । କାଲି ରାତିରେ ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଜଣେ ନାବାଳିକାଙ୍କ ସମେତ ୩ ଜଣ ଯୁବତୀଙ୍କୁ ଅପହରଣ କରିବା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି ।  ଏକ ଆଶ୍ରମ ସହ ଜଡିତ କିଛି ଏନଜିଓ କର୍ମଚାରୀ ଏହି ଯୁବତୀଙ୍କୁ ଜିଲ୍ଲା ବାହାରକୁ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା ଘଟଣା ସାମ୍ନାକୁ ଆସିଛି ।  ଭୟଭୀତ ଅବସ୍ଥାରେ ଯୁବତୀମାନେ ଦୌଡ଼ି ଦୌଡ଼ି ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲେ । ନିଜକୁ ବଞ୍ଚାଇବା ପାଇଁ ସେମାନେ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗଳି ଓ ବସ ତଳେ ଲୁଚି ଯାଇଥିଲେ ।  ସେହି ସମୟରେ ସଂପୃକ୍ତ ଏନଜିଓର କିଛି ମହିଳା କର୍ମଚାରୀ ସେମାନଙ୍କ ପିଛା କରୁଥିବା ଦେଖାଯାଇଥିଲା ।

    ଘଟଣାକୁ ଦେଖି ବସ୍ ଷ୍ଟାଣ୍ଡର ସୁରକ୍ଷାକର୍ମୀମାନେ ହସ୍ତକ୍ଷେପ କରି ଯୁବତୀମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ଯୁବତୀମାନେ ତାଙ୍କ ଇଚ୍ଛା ବିରୋଧରେ ସେମାନଙ୍କୁ ନିଆଯାଉଥିବା କହିଛନ୍ତି ଜଣାପଡ଼ିଛି ।  ପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ବରମୁଣ୍ଡା ବସ୍ ଷ୍ଟାଣ୍ଡ ଫାଣ୍ଡି ପୋଲିସ ଜିମା ଦେଇଥିଲେ ।  ପୋଲିସ ଯୁବତୀମାନଙ୍କୁ ପଚରାଉଚରା କରିବା ପରେ ସର୍ଟ ଷ୍ଟେ ହୋମରେ ରଖିଥିବା ବେଳେ, ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.3 ° C
    29.3 °
    29.3 °
    70 %
    2.3kmh
    97 %
    Wed
    28 °
    Thu
    32 °
    Fri
    31 °
    Sat
    32 °
    Sun
    31 °

    ସମ୍ବନ୍ଧିତ