ଆମେରିକା : ଟ୍ରମ୍ପଙ୍କୁ ବଡ଼ ଝଟକା । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା H-1Bଭିସା ଉପରେ ୧ ଲକ୍ଷର ଏକ ଭାରି ଶୁଳ୍କ ଯୋଜନାକୁ ଆମେରିକା କୋର୍ଟ ବାତିଲ କରିଛନ୍ତି । ଆମେରିକା କୋର୍ଟର ଏହି ନିଷ୍ପତ୍ତି କେବଳ ଭାରତୀୟ ଆଇଟି ପ୍ରଫେସନାଲ ଏବଂ ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି ପ୍ରଦାନ କରିବ ନାହିଁ ବରଂ ଯେଉଁ କମ୍ପାନୀ ବିଦେଶୀ ସ୍କିଲ୍ କର୍ମଚାରୀଙ୍କୁ ନିଯୁକ୍ତ କରନ୍ତି ସେମାନଙ୍କୁ ମଧ୍ୟ ଲାଭ ପ୍ରଦାନ କରିବ ।
ସୂଚନାନୁଯାୟୀ, ଯେଉଁଥିରେ ନୂତନ H-1B ଭିସା ପାଇଁ ୧ ଲକ୍ଷର ଫି ଆବଶ୍ୟକ ଥିଲା ଆମେରିକାର ଏକ ଫେଡେରାଲ୍ କୋର୍ଟ ଟ୍ରମ୍ପ ପ୍ରଶାସନର ଏକ ନିୟମକୁ ଖାରଜ କରିଦେଇଛନ୍ତି । ଏଥିସହ ରାଷ୍ଟ୍ରପତିଙ୍କ ପାଖରେ ଏପରି ଟିକସ ଲାଗୁ କରିବାର ଅଧିକାର ନାହିଁ କାରଣ ଏଥିପାଇଁ କଂଗ୍ରେସ ଅନୁମୋଦନ ଆବଶ୍ୟକ ବୋଲି ବୋଷ୍ଟନ୍ ବିଚାରପତି ଲିଓ ସୋରୋକିନ୍ ରାୟ ଦେଇଛନ୍ତି । ଏହାରି ମଧ୍ୟରେ ଟ୍ରମ୍ପ ପ୍ରଶାସନ ଦାବି କରିଥିଲା ଯେ, H-1Bଭିସା ପ୍ରୋଗ୍ରାମର ଅପବ୍ୟବହାର କରାଯାଉଛି । ଏଥିସହ ସେମାନେ ଏହା ମଧ୍ୟ ଯୁକ୍ତି ଦେଇଥିଲେ ଯେ, ଅନେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କ ସ୍ଥାନରେ କମ ଦରମାରେ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେଉଛନ୍ତି । ତେଣୁ ସେମାନେ ଫି ବୃଦ୍ଧି କରି ବିଦେଶୀ ନିଯୁକ୍ତି ହ୍ରାସ କରିବାକୁ ଚେଷ୍ଟା କରିଥିଲେ ।
ଅନ୍ୟପଟେ କୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ୧ ଲକ୍ଷ ଫି ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରାଯାଇଛି । ଯାହା ଭାରତୀୟ ଆଇଟି କମ୍ପାନୀ, ଇଞ୍ଜିନିୟର ଏବଂ ଆମେରିକାରେ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କୁ ଆଶ୍ୱସ୍ତି ଦେବ । ଏହି ନିଷ୍ପତ୍ତି ଶୁଣାଣି ପରେ H-1B ଭିସା ଫି ସେମାନଙ୍କର ସାଧାରଣ ସ୍ତରରେ ରହିବ ।
