Tuesday, June 30, 2026
25.1 C
Odisha

    ରାଜଧାନୀରେ ପୁଣି ସକ୍ରିୟ ସୁନା ଚେନ୍ ଲୁଟେରା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ପୁଣି ସକ୍ରିୟ ହୋଇଛନ୍ତି ସୁନା ଚେନ୍ ଲୁଟେରା । ମର୍ଣ୍ଣିଂ ୱାକ୍‌ରେ ବାହାରିଥିବା ମହିଳାଙ୍କୁ ଟାର୍ଗେଟ୍ କରି ଝାମ୍ପି ନେଉଛନ୍ତି ସୁନା ଚେନ୍ । ଏଭଳି ଏକ ଘଟଣା ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଞ୍ଚଳର ଜାଗମରା ମଲ୍ଲିକ କମ୍ପ୍ଲେକ୍ସ ନିକଟରେ ଘଟିଛି। ସୋମବାର ସକାଳେ ୪ ଜଣ ମହିଳା ଏକାଠି ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ ଦୁର୍ବୃତ୍ତ ହଠାତ୍ ଆସି ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଦ୍ରୁତ ଫେରାର ହୋଇଯାଇଥିଲା । ଘଟଣା ଏତେ ଦ୍ରୁତ ଗତିରେ ଘଟିଥିଲା ଯେ ପୀଡ଼ିତା କିଛି ବୁଝିବା ପୂର୍ବରୁ ଲୁଟେରା ଘଟଣାସ୍ଥଳ ଛାଡ଼ି ପଳାଇଥିଲା। ଲୁଟ୍‌ର ସମ୍ପୂର୍ଣ୍ଣ ଦୃଶ୍ୟ ନିକଟସ୍ଥ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୀଡ଼ିତାଙ୍କ ଅଭିଯୋଗକ୍ରମେ ଖଣ୍ଡଗିରି ଥାନା ପୋଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜକୁ ଆଧାର କରି ଲୁଟେରାଙ୍କୁ ଚିହ୍ନଟ କରିବା ସହ ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.1 ° C
    25.1 °
    25.1 °
    93 %
    0.8kmh
    100 %
    Tue
    28 °
    Wed
    32 °
    Thu
    31 °
    Fri
    30 °
    Sat
    31 °

    ସମ୍ବନ୍ଧିତ