Saturday, October 10, 2026
30.1 C
Odisha

    ‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଉନ୍ନତ ସୁରକ୍ଷା ମଡ୍ୟୁଲ୍‌ର ଶୁଭାରମ୍ଭ ;ନାଗରିକଙ୍କୁ ଯାତାୟାତ ଓ ସୁରକ୍ଷା ସେବା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ପ୍ରୟାସ ମାଧ୍ୟମରେ ନାଗରିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଏକ ଉନ୍ନତ ସୁରକ୍ଷା ମଡ୍ୟୁଲ୍ ସାମିଲ କରାଯାଇ ଏହାକୁ ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ କରାଯାଇଛି।ପୂର୍ବରୁ ଅଟୋ-ରିକ୍ସା ବୁକିଂ, କ୍ୟାବ୍ ସେବା, ‘ଆମ ବସ୍’ ସୂଚନା ଓ ଟିକଟିଂ ଏବଂ ବୋଟିଂ ସେବା ଭଳି ଦୈନନ୍ଦିନ ଗମନାଗମନ ପାଇଁ ଜନସାଧାରଣଙ୍କ ଦ୍ୱାରା ବହୁଳ ଭାବେ ବ୍ୟବହୃତ ହେଉଥିବା ‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଏବେ ବ୍ୟକ୍ତିଗତ ସୁରକ୍ଷା ପାଇଁ ଏକ ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ନୂତନ ଭାବେ ସାମିଲ ହୋଇଥିବା ଏହି ସୁରକ୍ଷା ମଡ୍ୟୁଲ୍‌କୁ ଓଡ଼ିଶା ପୁଲିସ୍ ଏବଂ ଜାତୀୟ ଜରୁରୀକାଳୀନ ସେବା ‘୧୧୨’ ସହ ସମନ୍ୱିତ କରାଯାଇଛି, ଯାହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଉପଭୋକ୍ତା ରିୟଲ୍-ଟାଇମ୍ ଲୋକେସନ୍ ଆଧାରିତ ଆଲର୍ଟ ମାଧ୍ୟମରେ ତୁରନ୍ତ ପ୍ରଶାସନିକ ସହାୟତା ପାଇପାରିବେ। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ନାଗରିକ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପ୍ରତ୍ୟେକ ନାଗରିକଙ୍କ ପାଇଁ ଆବଶ୍ୟକ ସମୟରେ ନିର୍ଭରଯୋଗ୍ୟ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ହେବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି।‘ୱାନ୍-ଟ୍ୟାପ୍’ ବୈଶିଷ୍ଟ୍ୟ ମାଧ୍ୟମରେ ଉପଭୋକ୍ତା ଜରୁରୀକାଳୀନ ପରିସ୍ଥିତିରେ ପୁଲିସ୍ ଏବଂ ନିଜର ବିଶ୍ୱସ୍ତ ବ୍ୟକ୍ତିମାନଙ୍କ ପାଖକୁ ତୁରନ୍ତ ଲାଇଭ୍ ଲୋକେସନ୍ ସହ ଆଲର୍ଟ ପଠାଇପାରିବେ। ମୋବାଇଲ୍ ସ୍କ୍ରିନ୍ ବ୍ୟବହାର କରିବା ସମ୍ଭବ ହେଉନଥିବା ସମୟରେ ଆଣ୍ଡ୍ରଏଡ୍ ଡିଭାଇସ୍‌କୁ ହଲାଇ କିମ୍ବା ଆଇଫୋନ୍‌ରପଛଭାଗକୁ ଟ୍ୟାପ୍ କରି ‘ଜେସ୍ଚର-ଟ୍ରିଗର୍ଡ’ ମାଧ୍ୟମରେ ସହାୟତା ଲୋଡ଼ିହେବ। ଏହି ସୁରକ୍ଷା ମଡ୍ୟୁଲ୍‌ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ରହିଛି। ଏହି ସୁରକ୍ଷା ମଡ୍ୟୁଲ୍‌ର ଶୁଭାରମ୍ଭ ସହ ‘ଓଡ଼ିଶା ଯାତ୍ରୀ’ କେବଳ ଏକ ଗମନାଗମନ ଆପ୍‌ ମଧ୍ୟରେ ସୀମିତ ନରହି ଏକ ସମନ୍ୱିତ ଡିଜିଟାଲ୍ ପ୍ଲାଟଫର୍ମରେ ପରିଣତ ହୋଇଛି। ଆଗାମୀ ଦିନରେ ଏଥିରେ ଆନ୍ତଃସହର ବସ୍ ସେବା, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପାଇଁ ଡିଜିଟାଲ୍ ଟିକଟିଂ ଏବଂ ଅନ୍ୟାନ୍ୟ ଜନସେବାକୁ ସାମିଲ କରାଯାଇ ଏହାକୁ ଦେଶର ପ୍ରଥମ ସରକାରୀ ‘ସୁପର ଆପ୍’ ଭାବେ ଗଢ଼ିତୋଲିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ