Tuesday, July 14, 2026
29 C
Odisha

    ରାଜଧାନୀରେ ମର୍ସିଡିଜ ହରର ଘଟଣା, ଗିରଫ ହେଲା କିଲର ଡ୍ରାଇଭର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜଧାନୀର ଶାସ୍ତ୍ରୀନଗର ଛକରେ ମର୍ସିଡିଜ ହରର ଘଟଣାରେ କିଲର ଡ୍ରାଇଭର ସୌମ୍ୟରଞ୍ଜନ ରଥ ଗିରଫ । ମଦ୍ୟପାନ କରି ମର୍ସଡିଜ ଚଢ଼ାଇ ଦେଇଥିଲା ଅଭିଯୁକ୍ତ ସୌମ୍ୟରଂଜନ । ସୌମ୍ୟରଞ୍ଜନ ଜଣେ ଆଇନ ଛାତ୍ର, ଦୁର୍ଘଟଣା ସମୟରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ବ୍ରେଥ୍ ଆନାଲାଇଜର୍ ଟେଷ୍ଟରୁ ଆସିଛି ସାଂଘାତିକ ରିପୋର୍ଟ । ସୌମ୍ୟରଂଜନ ମଦ୍ୟପାନ କରିଥିବା ନେଇ ଯେଉଁ ରିପୋର୍ଟ ଆସିଛି, ତାହା ସମସ୍ତଙ୍କୁ ଚକିତ କରିଛି । ପୋଲିସର ବ୍ରେଥ୍ ଆନାଲାଇଜର୍ ଟେଷ୍ଟ୍ ଅନୁଯାୟୀ, ଅନୁମତିପ୍ରାପ୍ତ ସୀମା ୩୦ mg ପ୍ରତିଶତ । ହେଲେ ସୌମ୍ୟ ରଞ୍ଜନଙ୍କ ରକ୍ତରେ ଆଲକୋହଲ୍ ପରିମାଣ ଥିଲା ୧୨୭ mg । ଅର୍ଥାତ ସୌମ୍ୟ ରଞ୍ଜନ ନିର୍ଦ୍ଧାରିତ ସୀମାଠାରୁ ପ୍ରାୟ ୪ ଗୁଣ ଅଧିକ ମଦ ପିଇ ସମ୍ପୂର୍ଣ୍ଣ ମାତାଲ ଅବସ୍ଥାରେ ଗାଡ଼ି ଚଲାଉଥିଲେ ।

    ଖାରବେଳ ନଗର ଥାନା ପୋଲିସ ସୌମ୍ୟ ରଞ୍ଜନ ରଥଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା BNSର ଦଫା ୨୧ ବେପରୁଆ ଓ ଦ୍ରୁତ ଗତିରେ ଗାଡ଼ି ଚଲାଇବା, ଦଫା ୧୦୫ ଉଦ୍ଦେଶ୍ୟ ନଥାଇ ନରହତ୍ୟା, ଦଫା ୧୦୬(୧) ଅବହେଳା ଯୋଗୁଁ ମୃତ୍ୟୁ ଘଟାଇବା ଏବଂ ମୋଟର ଯାନ ଆକ୍ଟର ଦଫା ୧୮୫ ମଦ୍ୟପାନ କରି ଗାଡ଼ି ଚଲାଇବା ଅଧୀନରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ । ସୌମ୍ୟ ରଞ୍ଜନଙ୍କ ବର୍ତ୍ତମାନ ଭୁବନେଶ୍ୱରର ଜୟଦେବ ବିହାରରେ ରହୁଥିଲେ। ସେ ସହରର ଏକ ପ୍ରତିଷ୍ଠିତ ବେସରକାରୀ ବିଶ୍ୱବିଦ୍ୟାଳୟରେ ଆଇନ ଛାତ୍ର ।

    ଗତକାଲି ବିଳମ୍ବିତ ରାତିରେ ଶାସ୍ତ୍ରୀ ନଗର ଛକଠାରେ ୦ ବର୍ଷୀୟ ମଦ୍ୟପ ଆଇନ ଛାତ୍ର ସୌମ୍ୟରଂଜନ ନିଜ ମର୍ସିଡିଜ୍ କାରରେ ଜଣେ ବାଇକ୍ ଚାଳକଙ୍କୁ ଜୋରଦାର ଧକ୍କା ଦେଇଥିଲେ । ଏହି ଭୟଙ୍କର ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମୃତ ବାଇକ୍ ଚାଳକଙ୍କ ନାମ ଦେବୀ ପ୍ରସାଦ ରାଉତରାୟ । ଗତକାଲି ରାତି ପ୍ରାୟ ୧୦ଟା୪୦ରେ ଯେତେବେଳେ ଶାସ୍ତ୍ରୀ ନଗର ଛକର ଟ୍ରାଫିକ୍ ସିଗନାଲ୍ ଲାଇଟ୍ ବନ୍ଦ ଥିଲା, ସେତିକି ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା । ଅଭିଯୁକ୍ତ କାର୍ ଚାଳକ ସୌମ୍ୟ ରଞ୍ଜନ ରଥ ନିଜ ବାନ୍ଧବୀଙ୍କ ସହ କଳିଙ୍ଗ ଷ୍ଟାଡିୟମ୍ ଦେଇ ଜୟଦେବ ବିହାରରୁ ଶାସ୍ତ୍ରୀ ନଗର ଆଡ଼କୁ ଅତ୍ୟନ୍ତ ଦ୍ରୁତ ଗତିରେ ମର୍ସିଡିଜ୍ କାର୍ ଚଲାଇ ଆସୁଥିଲେ ।

    ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ସହ କାର୍ ର ସାମ୍ନାସାମ୍ନି ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ସୌମ୍ୟ ରଞ୍ଜନ ଓ ତାଙ୍କ ବାନ୍ଧବୀଙ୍କୁ ଅଟକ ରଖିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଚାଳକକୁ ହେପାଜତକୁ ନେଇଥିଲା । ରାଜଧାନୀରେ ସମ୍ଭ୍ରାନ୍ତ ଶ୍ରେଣୀର ଯୁବକ ମଦ୍ୟପାନ କରି ବେପରୁଆ ଗାଡ଼ି ଚାଳନା ଏବଂ ସଡ଼କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    72 %
    1.4kmh
    100 %
    Tue
    28 °
    Wed
    31 °
    Thu
    31 °
    Fri
    24 °
    Sat
    23 °

    ସମ୍ବନ୍ଧିତ