Monday, February 16, 2026
18.4 C
Odisha

    ରାସ୍ତାରୁ ମିଳିଲା ସୁନା ଅଳଙ୍କାର ଓ ଟଙ୍କା ଥିବା ବ୍ୟାଗ, ଉପଯୁକ୍ତ ତଥ୍ଯ ଦେଇ ନେଇଯିବାକୁ କହିଛନ୍ତି ପାଇଥିବା ବ୍ୟକ୍ତି

    ଆଗକୁ ପଢନ୍ତୁ

    ରେଢ଼ାଖୋଲ : ରାସ୍ତାରୁ ମିଳିଲା ସୁନା ଅଳଙ୍କାର । ରେଢ଼ାଖୋଲ ଥାନା କଦଳୀଗଡ଼- କିଶୋରନଗର ରାସ୍ତାର ସାମସିଂହା ଛାତ୍ରୀନିବାସ ନିକଟରୁ ରାସ୍ତାରେ ପଡ଼ିଥିବା ଏକ ବ୍ୟାଗରୁ କିଛି ସୁନା ଅଳଙ୍କାର ଓ ଟଙ୍କା ମିଳିଛି । କଦଳୀଗଡ଼ ଗାଁର ଜିତେନ୍ଦ୍ର ପ୍ରସାଦ କଅଁର ଏହି ବ୍ୟାଗକୁ ପାଇଛନ୍ତି । ସୁନା ଅଳଙ୍କାର ଓ ଟଙ୍କା ଥିବା ବ୍ୟାଗକୁ ସେ ଏହାର ମାଲିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଦେବାକୁ ଚାହାନ୍ତି । ଏଥିପାଇଁ ଜିତେନ୍ଦ୍ର ଆଖପାଖ ଅଞ୍ଚଳରେ ଅନେକ ଲୋକଙ୍କୁ ପଚରାଉଚୁରା କରିଥିଲେ ହେଲେ ବ୍ୟାଗ ହଜାଇଥିବା ଲୋକଙ୍କ କୌଣସି ସନ୍ଧାନ ପାଇପାରିନାହାନ୍ତି । ଏ ନେଇ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତଙ୍କୁ ମଧ୍ଯ ଜିତେନ୍ଦ୍ର ଅବଗତ କରାଇଛନ୍ତି । ଟଙ୍କା ଅଳଙ୍କାର ନେଇ ପ୍ରକୃତ ତଥ୍ଯ ଦେଲେ ଜିତେନ୍ଦ୍ର ଏହାକୁ ସଂପୃକ୍ତ ବ୍ୟକ୍ତିଙ୍କୁ ଫେରାଇ ଦେବେ ବୋଲି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.4 ° C
    18.4 °
    18.4 °
    37 %
    0.7kmh
    98 %
    Sun
    19 °
    Mon
    32 °
    Tue
    33 °
    Wed
    34 °
    Thu
    35 °

    ସମ୍ବନ୍ଧିତ