Thursday, October 8, 2026
22.5 C
Odisha

    ରେଖା ଗୁପ୍ତା କ୍ୟାବିନେଟର ପ୍ରଥମ ବୈଠକ, ଦିଲ୍ଲୀରେ ଲାଗୁ ହେଲା ଆୟୁଷ୍ମାନ ଭାରତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ ପ୍ରଥମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ଦିଲ୍ଲୀ କ୍ୟାବିନେଟ୍ ବୈଠକରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାରେ ଦିଲ୍ଲୀ ସରକାର ୫ ଲକ୍ଷ ଟଙ୍କା ଏବଂ କେନ୍ଦ୍ର ସରକାର ମଧ୍ୟ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ । ଏହାବ୍ୟତୀତ ସିଏଜିଙ୍କ ୧୪ଟି ବିଚାରାଧୀନ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବାକୁ ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା। ଏହାକୁ ସରକାରଙ୍କ ସ୍ୱଚ୍ଛତା ନୀତିର ଏକ ଅଂଶ ବୋଲି କୁହାଯାଉଛି।

    ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରେଖା ଗୁପ୍ତା ତାଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ବୈଠକ ପରେ ସେ କହିଥିଲେ ଯେ ଦିଲ୍ଲୀକୁ ଏକ ଆଧୁନିକ ସହର ରେ ପରିଣତ କରିବା ପାଇଁ ନିରନ୍ତର ପ୍ରୟାସ କରାଯିବ ଏବଂ ଏହି ମିଶନରେ ଗୋଟିଏ ଦିନ ବି ନଷ୍ଟ ହେବ ନାହିଁ । ନିର୍ବାଚନ ପୂର୍ବରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। କ୍ୟାବିନେଟ୍ ବୈଠକରେ ମହିଳା ସଶକ୍ତୀକରଣ ଯୋଜନା ଉପରେ ମଧ୍ୟ ଆଲୋଚନା ହୋଇଛି। ସରକାର ଏହି ଯୋଜନା ପାଇଁ ହିତାଧିକାରୀଙ୍କ ବର୍ଗ ଏବଂ ଏହାର କାର୍ଯ୍ୟକାରିତା ଉପରେ ବିଚାର କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ