Sunday, October 11, 2026
25 C
Odisha

    ଶିଶୁ ଉଦ୍ୟାନରେ ତାଲା, ନଷ୍ଟ ହେଲାଣି ସରଞ୍ଜାମ

    ଆଗକୁ ପଢନ୍ତୁ

    କନ୍ଧମାଳ : କନ୍ଧମାଳ ଜିଲ୍ଲା ରାଇକିଆ ତହସିଲ କାର୍ଯ୍ୟାଳୟ ପଛ ପାର୍ଶ୍ବରେ ଥିବା ଶିଶୁ ଉଦ୍ୟାନରେ ଝୁଲୁଛି ତାଲା । ନିୟମିତ ଖୋଲା ଯାଉ ନ ଥିବା ଯୋଗୁଁଁ ଏହା ଦିନକୁ ଦିନ ନଷ୍ଟ ହେବାକୁ ବସିଲାଣି। ୨୦୨୩ରେ ଏହି ପାର୍କକୁ ଉଦଘାଟନ କରାଯାଇଥିଲା। ଏହାର ପରିଚାଳନା ଦାୟିତ୍ଵ ଏକ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଥିଲା। କିଛି ଦିନ ପାର୍କକୁ ନିୟମିତ ଖୋଲା ଯିବାପରେ ଏହା ଧୀରେ ଧୀରେ ବନ୍ଦ ହେବାକୁ ଲାଗିଲା। ନିୟମିତ ଖୋଲା ନ ଯିବା ଏବଂ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁଁ ଏଠାରେ ଥିବା ବୟବହୁଳ ବ୍ୟାୟାମ ସରଞ୍ଜାମ ଏବେ ନଷ୍ଟ ହେବାକୁ ବସିଲାଣି। ପ୍ରବେଶ ଗେଟ୍‌ରେ ତାଲା ପଡ଼ି ରହୁଥିବା ଯୋଗୁଁଁ ଏହା ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ବିପଦପୂର୍ଣ୍ଣ ଭାବେ ପାଚେରୀ ଡେଇଁ ବିଭିନ୍ନ ପ୍ରକାର ନିଶା ସେବନରେ ଯୁବଗୋଷ୍ଠୀ ଲିପ୍ତ ରହି ପଥଭ୍ରଷ୍ଟ ହେଉଛନ୍ତି। ରାତିରେ ଆଲୋକ ବ୍ୟବସ୍ଥା ନଥିବାବେଳେ ପିଲାଙ୍କ ଖେଳ ସାମଗ୍ରୀ ମଧ୍ୟ ଭାଙ୍ଗିରୁଜି ଗଲାଣି। ଅନ୍ୟ ପକ୍ଷରେ ତତ୍କାଳୀନ ବିଡିଓ ପ୍ରବୀଣ କୁମାର ବାଣୁଆଙ୍କ ଉଦ୍ୟମକ୍ରମେ ପାର୍କ ଭିତରେ ଓପନ ଜିମ୍ ସରଞ୍ଜାମ ମଧ୍ୟ ଲଗା ଯାଇଥିଲା। କିଛି ଦିନ ପ୍ରାତଃ ଭ୍ରମଣ କରୁଥିବା ଯୁବ ଗୋଷ୍ଠୀ, ବୁଦ୍ଧିଜୀବୀ ଶରୀରକୁ ଫିଟ୍ ରଖିବା ପାଇଁଁ ବ୍ୟାୟାମର ସୁବିଧା ପାଉଥିଲେ। ଏବେ କିନ୍ତୁ ତାଲା ପଡ଼ି ରହୁଥିବାରୁ ନିରାଶ ହୋଇ ଫେରୁଛନ୍ତି।

    ସୂଚନାଯୋଗ୍ୟ, ତତ୍କାଳୀନ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ଏହି ପାର୍କର କାର୍ଯ୍ୟ ଚାଲୁ ରହିଥିବାବେଳେ ପରିଦର୍ଶନରେ ଆସି ଖୁସି ବ୍ୟକ୍ତ କରି ସାଧୁବାଦ ଜଣାଇଥିଲେ। ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ସଠିକ୍ ପରିଚାଳନା ସହ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ