Thursday, July 9, 2026
25.7 C
Odisha

    ଶୀତରେ ଥରୁଛି ସାରା ଓଡିଶା, ସର୍ବନିମ୍ନ ତାପମାତ୍ରା ୩.୧ ଡ଼ିଗ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡିଶା । ଜାଡରେ  ଅସ୍ତବ୍ୟସ୍ତ ଜନଜୀବନ । ଥଣ୍ଡାରେ ସକାଳୁ ଘରୁ ବାହାରିବା ମୁସକିଲ ହୋଇପଡ଼ୁଛି । ସଂଧ୍ୟା ହେଉ ହେଉ ରାସ୍ତାଘାଟ ହେଉଛି  ଶୂନଶାନ। ଫୁଲବାଣୀ,ଦାରିଙ୍ଗବାଡ଼ି, ଜି ଉଦୟଗିରି, ବାଲିଗୁଡା, ତୁମୁଡ଼ିବନ୍ଧ, କୋଟଗଡ଼ରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଅନେକ ଅଂଚଳରେ ଦେଖିବାକୁ ମିଳୁଛି ତୁଷାରପାତ ।

    ଚଳିତ ବର୍ଷ ଜି.ଉଦୟଗିରି ପାଲଟିଛି ସବୁଠୁ ଥଣ୍ଡା ସହର । ସର୍ବନିମ୍ନ ତାପମାତ୍ରା ୩.୧ ଡ଼ିଗ୍ରୀ ରହିଛି। ୫.୫ ଡ଼ିଗ୍ରୀ ଶୀତରେ ଥରୁଛି ଫୁଲବାଣୀ। ଦାରିଙ୍ଗବାଡ଼ିରେ ୬ ଡ଼ିଗ୍ରୀ ଛୁଇଁଛି ପାରଦ । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଶୀତର ପ୍ରକୋପ ଅଧିକ ଅଛି । କପ୍ତିପଦା ଉପଖଣ୍ଡରେ ମଧ୍ୟ ଶୀତ ବେଶ ଅନୁଭୂତ ହେଉଛି । ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରୀ ଓ ସର୍ବନିମ୍ନ ରାତି ତାପମାତ୍ରା ୧୨ ଡିଗ୍ରୀ ରହିବାର ପୂର୍ବାନୁମାନ କରାଯାଇଛି । ୧୦ ଡିଗ୍ରୀ ତଳେ ରହିଛି ୧୬ ସହରର ତାପମାତ୍ରା । ଅନୁଗୁଳ ଓ ଝାରସୁଗୁଡ଼ାରେ ଶୀତଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    83 %
    1.9kmh
    99 %
    Thu
    29 °
    Fri
    24 °
    Sat
    23 °
    Sun
    25 °
    Mon
    25 °

    ସମ୍ବନ୍ଧିତ