Sunday, October 18, 2026
23.2 C
Odisha

    ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ, ଶୁଭ କି ଅଶୁଭ ନେଇ ନାନା କଳ୍ପନା ଜଳ୍ପନା

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ  l  ଆଜି ଅପରାହ୍ଣରେ ନୀଳ ଚକ୍ର ଉପରେ ଏକ ଚିଲ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଛି  l  ପତିତପାବନ ବାନା ଉପରେ କିଛି ସମୟ ଧରି ବସିଥିଲା ଚିଲ ।  ଏନେଇ ବିଭିନ୍ନ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଶ୍ରୀମନ୍ଦିର ଉପରେ କିଛି ସମୟ ଉଡ଼ିବା ପରେ ଚିଲଟି ପତିତପାବନ ବାନା ଉପରେ ବସିଥିଲା। କିଛି ସମୟ ବସିବା ପରେ ପୁଣି ଉଡ଼ିଯାଇଥିଲା।

    ତେବେ ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି। କିଛି ସେବାୟତ ଏହାକୁ ମହାପ୍ରଭୁଙ୍କ ବଡ଼ ସଂକେତ ବୋଲି କହିଛନ୍ତି ।  ପତିତପାବନ ବାନା ଉପରେ ଚିଲ ବସିଲେ ଦେଶରେ ବିପର୍ଯ୍ୟୟ ଆସେ ବୋଲି କହିଛନ୍ତି ।  ଅନ୍ୟପଟେ ଏହା ଏକ ସାଧାରଣ କଥା ବୋଲି ଅନେକ ବ୍ୟକ୍ତ ମତ ରଖିଛନ୍ତି ।  ଏପରି ଘଟଣା ପ୍ରଥମ ନୁହେଁ ।  ପୂର୍ବରୁ ଅନେକ ଥର ଶ୍ରୀମନ୍ଦିର ନୀଳଚକ୍ରରେ ଚିଲ ବସିଥିବା ଦେଖିବାକୁ ମିଳିଛି  l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ