Monday, September 28, 2026
24.7 C
Odisha

    ଶ୍ରେୟସ ଆୟରଙ୍କ ରେକର୍ଡ ଭାଙ୍ଗିଲେ ଋଷଭ ପନ୍ତ

    ଆଗକୁ ପଢନ୍ତୁ

    ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‌‌ ପ୍ରତିଯୋଗିତା ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌)ର ଆଗାମୀ ଅଷ୍ଟାଦଶ ସଂସ୍କରଣ ଲାଗି ମେଗା ଖେଳାଳି ନିଲାମୀ ଆଜି ହେଉଛି। ସାଉଦି ଆରବର ଜେଦା ସହରସ୍ଥିତ ଆବାଦି ଅଲ୍‌ ଜୋହର୍‌ ଏରିନାରେ ଆଇପିଏଲ୍‌ର ମେଗା ନିଲାମିରେ ଋଷଭ ପନ୍ତ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି। ନିଲାମ ପ୍ରଥମରୁ ଆଜି ୧୨ ଜଣ ଷ୍ଟାର କ୍ରିକେଟରଙ୍କର ଭାଗ୍ୟ ପରୀକ୍ଷା କରାଯାଉଛି। ଏହି ତାଲିକାରେ ୭ ଜଣ ଭାରତୀୟ ଏବଂ ପାଞ୍ଚଜଣ ବିଦେଶୀ ଖେଳାଳି ଅଛନ୍ତି। ଏହି ସମସ୍ତ ଖେଳାଳି କ୍ରିକେଟ୍ ଦୁନିଆରେ ବହୁତ ଲୋକପ୍ରିୟ, ସେମାନେ ଗତ କିଛି ବର୍ଷ ମଧ୍ୟରେ ଟି -୨୦ କ୍ରିକେଟରେ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଆଜିର ନିଲାମରେ ଋଷଭ ପନ୍ତ ରେକର୍ଡ କରିବା ସହ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ଋଷଭ ପନ୍ତଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ରେକର୍ଡ ୨୭ କୋଟି ଟଙ୍କା ବଳରେ କିଣିଛି। ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ ମେଗା ଅକ୍ସନ ପୂର୍ବରୁ ରିଲିଜ କରି ଦେଇଥିଲା। ଆଜି କିନ୍ତୁ ଆରଟିଏମ ବଳରେ ଦିଲ୍ଲୀ ପନ୍ତଙ୍କୁ ନେବାକୁ ଚାହିଁଥିଲା। ହେଲେ ଲକ୍ଷ୍ନୌ ଶେଷ ବିଡ୍‌ରେ ପନ୍ତଙ୍କ ଉପରେ ୨୭ କୋଟି ଟଙ୍କାର ବୋଲି ଲଗାଇଥିଲା।ଏହି ଟଙ୍କାକୁ ଅତିକ୍ରମ କରିବାକୁ ଦିଲ୍ଲୀ ସାହାସ ଦେଖାଇ ନଥିଲା। ଶେଷରେ ବେଶ ନାଟକୀୟ ଢଙ୍ଗରେ ସମସ୍ତଙ୍କୁ ଚକିତ କରି ଲକ୍ଷ୍ନୌ ରେକର୍ଡ ୨୭ କୋଟିରେ ପନ୍ତଙ୍କୁ ନିଜ ସହ ସାମିଲ କରିଛି। ତେବେ ଋଷଭ ପନ୍ତ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହେବା ପାଇଁ ଶ୍ରେୟସ ଆୟରଙ୍କ ରେକର୍ଡ ଭାଙ୍ଗିଛନ୍ତି। ଆଜି ନିଲାମ ଆରମ୍ଭରେ ଶ୍ରେୟସ ଆୟରଙ୍କୁ ପଞ୍ଜାବ ରେକର୍ଡ ୨୬. ୭୫ କୋଟି ଟଙ୍କାରେ କିଣିଥିଲା। ଆୟରଙ୍କ ପୂର୍ବରୁ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେବାର ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ରହିଥିଲା। ତାଙ୍କୁ କୋଲକାତା ୨୦୨୪ ଅକ୍ସନ ବେଳେ ୨୪.୭୫ କୋଟି ଟଙ୍କାରେ କିଣିଥିଲା। ହେଲେ ୨୦୨୫ ମେଗା ଅକ୍ସନରେ ଶ୍ରେୟସ ଆୟର ତାଙ୍କୁ ପଛରେ ପକାଇ ଦେଇଥିଲେ। ଏବେ ପନ୍ତ ସାଥୀ ଖେଳାଳି ଆୟରଙ୍କ ମହଙ୍ଗା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ