Saturday, October 17, 2026
30.5 C
Odisha

    ସବୁ ଦଳ ପ୍ରତି ସମାନ ଆଚରଣ ପ୍ରଦର୍ଶନ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କଲେଣି ସମସ୍ତ ରାଜନୈତିକ ଦଳ। ଏହାରି ଭିତରେ ତିନି ଦିନିଆ ଓଡିଶା ଗସ୍ତରେ ଆସି ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମାରାଥନ୍‌ ବୈଠକ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ପରେ ଆୟୋଜିତ ପ୍ରେସମିଟରେ ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ ଚିଫ୍‌ ଇଲେକ୍ସନ କମିସନ। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ। ସମସ୍ତ ଜିଲ୍ଲାପାଳ ଏବଂ ଏସପି ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ କରିବେ ଏବଂ ନିରପେକ୍ଷ ଓ ସ୍ଵଚ୍ଛ ନିର୍ବାଚନ ଉପରେ ଗୁରୁତ୍ଵ ଦେବେ। ପେଡ୍ ନ୍ୟୁଜ୍ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ ଏହାର ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ। ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ ସେ ସମସ୍ତ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି। ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା ହେବାପରେ ସ୍ୱଚ୍ଛ, ଅବାଧ ନିର୍ବାଚନ ଉପରେ ଗୁରୁତ୍ୱାରୋପ କରାଯାଇଛି। । ତେବେ ନିର୍ବାଚନ ସମୟରେ ସରକାରୀ ଗାଡି ବ୍ୟବହାର ହେଉଥିବା ନେଇ କିଛି ରାଜନୈତିକ ଦଳ ତାଙ୍କ ନିକଟକୁ ଅଭିଯୋଗ ନେଇ ଆସିଥିବା ସେ କହିଛନ୍ତି। ଜୁନ୍‌ ୨୪ରେ ଓଡିଶା ବିଧାନସଭାର କାର୍ଯ୍ୟକାଳ ସରୁଥିବା ବେଳେ ୧୬ ଜୁନରେ ସରୁଛି ପାର୍ଲାମେଂଟର କାର୍ଯ୍ୟକାଳ। ତେଣୁ ଜୁନ ୧୬ ତାରିଖ ପୂର୍ବରୁ ନିର୍ବାଚନ ହେବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ନିର୍ବାଚନ କମିସନ୍‌।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.5 ° C
    30.5 °
    30.5 °
    57 %
    2.1kmh
    74 %
    Sat
    28 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ