Saturday, March 14, 2026
28.9 C
Odisha

    ସରିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ନବୀନ ନିବାସରେ ସରିଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ। ବୈଠକରେ ଜିଲ୍ଲାଓ୍ବାରୀ ପର୍ଯ୍ୟବେକ୍ଷକମାନେ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେଲେ। ପ୍ରତି ନିର୍ବାଚନ ମଣ୍ଡଳୀରେ ଦଳୀୟ ସ୍ଥିତିକୁ ନେଇ ବୈଠକରେ ତର୍ଜମା କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ଯୋଗ ଦେଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଏଥିରେ ଦଳର ସବୁ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଟପ୍ ନେତାମାନେ ସାମିଲ ହୋଇଥିଲେ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରୀତିରଞ୍ଜନ ଘଡାଇ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର, ବିଧାୟକ ପ୍ରଣବ ବଳବନ୍ତରାୟ, ଅରୁଣ ସାହୁ, ସମ୍ବିତ ରାଉତରାୟ, ସ୍ନେହାଙ୍ଗିନୀ ଛୁରିଆ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଉପସ୍ଥିତ ଥିଲେ। ସେହିପରି ଦେବୀ ମିଶ୍ର, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଜେନା, ପଦ୍ମନାଭ ବେହେରା, ପ୍ରଦୀପ ଅମାତ, ଶାରଦା ନାୟକ, ଦେବେଶ ଆଚାର୍ଯ୍ୟ, ରବୀନ୍ଦ୍ର ଜେନା, ସଞ୍ଜୟ ଦାସ ବର୍ମା, ଗୌତ୍ତମବୁଦ୍ଧ ଦାସ ଓ ବିଜୟ ନାୟକ ମଧ୍ୟ ବୈଠକରେ ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    23 %
    2.9kmh
    0 %
    Sat
    31 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ