Thursday, October 8, 2026
22.2 C
Odisha

    ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୧୮ଟି ପ୍ରକଳ୍ପକୁ ଅନୁମୋଦନ, ପ୍ରାୟ ୭,୫୦୦ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୧୪୬ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା SLSWCA ବୈଠକରେ ୧୮ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ୧୮ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ସମସ୍ତ ପ୍ରକଳ୍ପରେ ୩ ହଜାର ୮୭୭ କୋଟି ୧୪ ଲକ୍ଷ ଟଙ୍କାର ପୁଞ୍ଜିନିବେଶ କରାଯିବ । ଏଥିଯୋଗୁ ରାଜ୍ୟରେ ପ୍ରାୟ ୭,୫୦୦ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

    ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ୧୧ଟି ଜିଲ୍ଲାରେ ସ୍ଥାପନ କରାଯିବ । ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଦେବଗଡ଼, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ । ​ବିଭିନ୍ନ କ୍ଷେତ୍ରରେ ହେବ ପୁଞ୍ଜିନିବେଶ । ଓଡ଼ିଶାର ମୁଖ୍ୟ ଶିଳ୍ପ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ ପାଇଁ ରୁନାୟା ଏକାର୍ଟ ଆଲୁମିନିୟମ ପାଉଡର କାରଖାନା ଝାରସୁଗୁଡାରେ ପ୍ରତିଷ୍ଠା କରିବ। ତାସହ ସ୍କାନ୍ ଷ୍ଟିଲ୍ସ ଏବଂ ଜୟ ଜଗନ୍ନାଥ ଷ୍ଟିଲ୍ ଭଳି କମ୍ପାନୀଗୁଡ଼ିକ ସେମାନଙ୍କର ଇସ୍ପାତ ଓ ଲୁହା ଉତ୍ପାଦନ କ୍ଷମତା ବୃଦ୍ଧି କରିବେ।

    ସୋଲାର ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାରେ ଏକ ଶିଳ୍ପ ଭିତ୍ତିକ ବିସ୍ଫୋରକ ଉତ୍ପାଦନ କାରଖାନା ସ୍ଥାପନ କରାଯିବ। ସେହିପରି ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହନ ଦେବା ପାଇଁ ଏନଭେୟାର ଇଲେକ୍ଟ୍ରୋଡାଇନ୍ ଲିମିଟେଡ୍ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ମାନୁଫାକଚରିଂ ୟୁନିଟ୍ ପ୍ରତିଷ୍ଠା ହେବ। ଏହାଦ୍ୱାରା ବୈଷୟିକ ଶିକ୍ଷା ପାଇଥିବା ଯୁବକମାନଙ୍କୁ ଅଧିକ ଚାକିରି ସୁଯୋଗ ମିଳିବ ।

    ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ହାର୍ମାନ ଫିନୋକେମ୍ ଔଷଧ କାରଖାନା ଏବଂ ଆମ୍ବିଟେକ୍ ହେଲଥକେୟାର ମେଡିକାଲ ଡିଭାଇସ୍ ତିଆରି ୟୁନିଟ୍ ପ୍ରତିଷ୍ଠା କରିବେ। ସେପଟେ ବାଲେଶ୍ୱରରେ ଏକ ନୂଆ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ଖୋଲିବ। ଏହା ସହିତ ପର୍ଯ୍ୟଟନ କ୍ଷେତ୍ରକୁ ବୃଦ୍ଧି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୬ଟି ନୂଆ ହୋଟେଲ ଓ ରିସୋର୍ଟ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ