ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଅଭିମୁଖେ ଇଣ୍ଡିଆ ମେଣ୍ଟ । କେନ୍ଦ୍ର ସରକାର ଏବଂ ସିଇସିଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ଇଣ୍ଡିଆ ମେଣ୍ଟ । ରାହୁଲ ଗାନ୍ଧିଙ୍କ ସହିତ ଇଣ୍ଡିଆ ବ୍ଲକର ୮ ନେତା ସୁପ୍ରିମକୋର୍ଟ ଅଭିମୁଖେ ଯାତ୍ରା କରିଛନ୍ତି । କେନ୍ଦ୍ର ସରକାର ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବଡ଼ ଘୋଷଣା କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଇଣ୍ଡିଆ ମେଣ୍ଟ ଆଜି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ରାହୁଲ ଗାନ୍ଧୀ ଜଣାଇଛନ୍ତି ।
ସୁପ୍ରିମକୋର୍ଟରେ ରାହୁଲ ଗାନ୍ଧିଙ୍କ ପିଟିସନ ଦାଖଲ ହୋଇଛି । ରାହୁଲ ଗାନ୍ଧିଙ୍କ ଲିଗାଲ ଟିମ୍ ପହଞ୍ଚି ଅଫିସିଆଲ ଭାବେ ରେଜିଷ୍ଟ୍ରର ହୋଇଛି । ସେପଟେ ସୁପ୍ରିମକୋର୍ଟର ପୋଲିସ ଛାଉଣୀ ହୋଇଛନ୍ତି । ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ଆଲର୍ଟରେ ରହିଛନ୍ତି ପୋଲିସ । ସୁପ୍ରିମକୋର୍ଟକୁ ଯିବା ରାସ୍ତା ପୋଲିସ ବନ୍ଦ କରିଦେଇଛି । ଏହି ମାର୍ଚ୍ଚରେ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ଅଖିଳେଶ ଯାଦବ, ପ୍ରିୟଙ୍କା ଗାନ୍ଧି ସମତେ ଅନେକ ରାଜନେତା ଯୋଗ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସେ ଦାବି କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ୨୦୦ ଜଣ ଅଧିକାରୀ ବର୍ତ୍ତମାନ ବିରୋଧୀଙ୍କ ସଂସ୍ପର୍ଶରେ ଅଛନ୍ତି ଏବଂ ସମସ୍ତ ଗୁପ୍ତ ତଥ୍ୟ ଆମକୁ ଯାଞ୍ଚ କରି ପଠାଉଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଏବଂ ଭୋଟ୍ ଚୋରି ଅଭିଯୋଗକୁ ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଲ୍ଲୀରେ ତୀବ୍ର ପ୍ରତିବାଦ ଜାରି ରହିଛି । ସରକାର ଏହି ବିବାଦରେ CEC ଜ୍ଞାନେଶ କୁମାରଙ୍କୁ ରକ୍ଷା କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ଦିଲ୍ଲୀରେ INDIA ମେଣ୍ଟର ବିକ୍ଷୋଭ ଓ ବିରୋଧୀ ନେତାଙ୍କ ସାକ୍ଷାତ ଅନୁରୋଧ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ବିରୋଧୀ ନେତାଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାକୁ ସେ ଅସମର୍ଥ ବୋଲି ଜଣାଇଛନ୍ତି । ତେବେ ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।
