Friday, August 28, 2026
24.2 C
Odisha

    ହାର୍ଡକୋର୍ ଅପରାଧୀଙ୍କୁ ଏନକାଉଣ୍ଟର କର : ଡିଜିପି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମବ ଲିଞ୍ଚିଂ ଘଟଣା ପରେ ଆକ୍ସନ ମୋଡ଼ରେ ପୋଲିସ । ଅସାମାଜିକ ଓ ଅପରାଧୀଙ୍କ ବିରୋଧରେ NSA । ଅପରାଧୀଙ୍କ ଜାଗା ଓଡ଼ିଶାରେ ନାହିଁ ବୋଲି କହିଛନ୍ତି ଡିଜିପି ୱାଇ.ବି.ଖୁରାନିଆ । ଅପରାଧୀଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ ଏସପିଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଅସାମାଜିକ, ହାର୍ଡକୋର ଅପରାଧୀଙ୍କୁ ବାନ୍ଧି ଭିତରେ ରଖିବାକୁ କହିଛନ୍ତି । ମବ ଲିଞ୍ଚିଂ ଘଟଣା ପରେ ସବୁ ଥାନାରେ ସକାଳୁ ବ୍ରିଫିଙ୍ଗ ନେଉଛନ୍ତି ଥାନା ଅଧିକାରୀ I

    କେଉଁଠି କଣ ଘଟଣା ଘଟୁଛି ଥାନା ଅଧିକାରୀ ଜାଣିବା ସହ ଏସପି ଓ ଡିସିପିଙ୍କୁ ଅବଗତ କରାଉଛନ୍ତି I ଯେଉଁଠି ଚୋରା ଗଞ୍ଜେଇ ଚାଲାଣ ଓ ନିଶା କାରବାର ହେଉଛି ସେମାନଙ୍କୁ ଗିରଫ କରିବା ସହ ଆକ୍ସନ ନେବାକୁ କୁହାଯାଇଛି । ହାର୍ଡକୋର୍ ଅପରାଧୀଙ୍କୁ ଏନକାଉଣ୍ଟର କରିବାକୁ କୁହାଯାଇଛି । ଅସ୍ତ୍ରଶସ୍ତ୍ର କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି ।

    ସ୍ପେଶାଲ ଡ୍ରାଇଭ ଆହୁରି ୧୦ ଦିନ ଚାଲିବ I ସବୁ ଥାନାର ଅଧିକାରୀ ଏଥିରେ ସାମିଲ ରହିବେ I ଗତ ୫ ଦିନରେ ବହୁତ ବଡ଼ ସଫଳତା ମିଳିଛି I ବିଭିନ୍ନ ସ୍ଥାନରୁ ଅସ୍ତ୍ରଶସ୍ତ୍ର ମିଳିଛି I ଫେରାର ଅପରାଧୀଙ୍କୁ ଖୋଜା ଚାଲିଛି I ୫ ଦିନରେ ୫୦ଙ୍କୁ ବାନ୍ଧି ଜେଲରେ ରଖାଯାଇଛି I ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ମୋଟ ୧୭ ଶହ ୭୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଡିଜିପି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    95 %
    2.1kmh
    89 %
    Fri
    30 °
    Sat
    28 °
    Sun
    29 °
    Mon
    24 °
    Tue
    23 °

    ସମ୍ବନ୍ଧିତ