Saturday, April 25, 2026
39.2 C
Odisha

    ହୁତୁ ହୁତୁ ହୋଇ ଜଳୁଛି ନଳବଣ, ଅଗ୍ନିକାଣ୍ଡ ପାଇଁ ବିପଦରେ ଜଳଚର ପ୍ରାଣୀ ଓ ପକ୍ଷୀମାନଙ୍କ ଜୀବନ

    ଆଗକୁ ପଢନ୍ତୁ

    ପିପିଲି : ନଳବଣରେ ନିଆଁ । ଚିଲିକାର ଅଭୟାରଣ୍ୟର ନଳବଣରେ ଲାଗିଛି ନିଆଁ । ପୁରୀ ଜ଼ିଲ୍ଲା କଣାସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗତ ଗୁରୁବାର ରାତିରେ ନଳବଣରେ ନିଆଁ ଲାଗିଥିଲା। କେହି ଦୁବୃର୍ତ୍ତ ମାଛ ଧରିବା ପାଇଁ ନଳବଣରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି। । ନଳବଣର ପ୍ରାୟ ୧ କିମି ଅଞ୍ଚଳରେ ନିଆଁ ବ୍ୟାପିଛି। ଏବେବି ନଳବଣ ଜଳୁଥିବା ଜଣାପଡିଛି। ଘଟଣାସ୍ଥଳରେ ACF ଓ DFO ପହଁଞ୍ଚି ଡ୍ରୋନ ସର୍ଭେ କରୁଛନ୍ତି l କଣାସ, ଟାଙ୍ଗୀ,ଓ ଗଙ୍ଗାଧରପୁର ଅଗ୍ନିଶମ ବିଭାଗକୁ ଆଲର୍ଟ ରଖାଯାଇଛି।

    ଏପେଟ ନଳବଣରେ ନିଆଁ ଲାଗିବା ଦ୍ୱାରା ଚିଲିକାର ଜୈବ ବିବିଧତା ଉପରେ ପ୍ରଭାବ ପିଡ଼ିଛି । ଲୁଣିଆ ହ୍ରହଦର ଜଳଚର ଜୀବ ବିଶେଷ କରି ବିଦେଶାଗତ ପକ୍ଷୀମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ତେବେ ଚିଲିକା ନଳବଣରେ ଏଭଳି ନିଆଁ ନାଲିଗା ନୁହେଁ ଘଟଣା ନୁହେଁ ଆଗରୁ ବି ଅନେକ ଥର ନଳବଣରେ ନିଆଁ ଲାଗିଥିବାର ଖବର ମିଳିଛି। ବାରମ୍ବାର ବାରମ୍ବାର ଏଭଳି ଘଟଣା ଚିଲିକାରେ ବିଦେଶୀ ପକ୍ଷଙ୍କ ଜୀବ ନେଉଛି । ବର୍ତ୍ତମାନ ନଳବଣର ସୁରକ୍ଷା ନେଇ ଚିନ୍ତା ବଢିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    39.2 ° C
    39.2 °
    39.2 °
    16 %
    1.7kmh
    78 %
    Sat
    43 °
    Sun
    43 °
    Mon
    44 °
    Tue
    44 °
    Wed
    41 °

    ସମ୍ବନ୍ଧିତ