Sunday, September 20, 2026
24.1 C
Odisha

    ୬ ମାସରେ ୧୬ ହଜାର ୫୯ଟି ପଦବୀ ସୃଷ୍ଟି କଲା ଗୃହ ବିଭାଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମୁଖ୍ୟତଃ ଆଇନ ଶୃଙ୍ଖଳା ବଜାୟ ରଖିବା, ଅପରାଧ ରୋକିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ପୋଲିସ ବହୁମୁଖୀ ଭୂମିକା ନିର୍ବାହ କରିଥାଏ। ଏଥିରେ ଅପରାଧର ତଦନ୍ତ, ଅପରାଧୀଙ୍କୁ ଧରିବା ଏବଂ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ଅନ୍ତର୍ଭୁକ୍ତ। ସେମାନେ ଜନଶୃଙ୍ଖଳା ରକ୍ଷଣାବେକ୍ଷଣ, ଆଭ୍ୟନ୍ତରୀଣ ନିରାପତ୍ତା ଏବଂ ବିପର୍ଯ୍ୟୟ ମୁକାବିଲା ଆଦି ସମସ୍ତ କ୍ଷେତ୍ରରେ ସକ୍ରିୟ ଯୋଗଦାନ କରିଥାନ୍ତି। ରାଜ୍ୟର ଏହିସବୁ ଗୁରୁଦାୟିତ୍ୱ ନିର୍ବାହ କ୍ଷେତ୍ରରେ କ୍ଷମତା ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ଗତ ଛଅ ମାସ ମଧ୍ୟରେ ଓଡ଼ିଶା ପୁଲିସରେ ୧୬,୦୫୯ଟି ନୂତନ ପଦବୀ ସୃଷ୍ଟି କରିବାକୁ ଘୋଷଣା କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ଶ୍ରୀ ସାହୁ ଗୃହ ବିଭାଗରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ପୁଲିସ ବାହିନୀର ବିଭିନ୍ନ ବିଭାଗକୁ ସୁଦୃଢ଼ କରିବା, ନୂତନ କ୍ରମବର୍ଦ୍ଧିଷ୍ଣୁ ସୁରକ୍ଷା ଆହ୍ୱାନର ମୁକାବିଲା କରିବା ଏବଂ ରାଜ୍ୟରେ ସାମଗ୍ରିକ ଆଇନ ଶୃଙ୍ଖଳାରେ ଉନ୍ନତି ଆଣିବା ଏହି ପଦବୀ ବୃଦ୍ଧିର ଲକ୍ଷ୍ୟ।ପୋଲିସ ବିଭାଗର ୯ ଟି କ୍ଷେତ୍ରରେ ଏହି ନୂତନ ପଦବୀଗୁଡିକ ସୃଷ୍ଟି କରାଯାଇଛି ବୋଲି ଶ୍ରୀ ସାହୁ ପ୍ରକାା କରିଛନ୍ତି। ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ୩୦୦୯, ସ୍ବତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ୧୦୮୩, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ସଶସ୍ତ୍ର ପୁଲିସ କନଷ୍ଟେବୁଲାରି ୧୩୧, ସାଇବର କ୍ରାଇମ ଆଣ୍ଡ ଇକୋନୋମିକ ଅଫେନ୍ସ ୧୦୬୭, ଟ୍ରାଫିକ୍ ଓ ସଡ଼କ ସୁରକ୍ଷା ଶାଖାରେ ୨୦୦୦ ନୂତନ ପଦବୀ ସୃଷ୍ଟି କରାଯାଇଥିବାବେଳେ ନିକଟରେ ୫,୧୨୬ଟି ହୋମଗାର୍ଡ ପଦବୀ ସୃଷ୍ଟି କରାଯାଇଛି। ସେହିପରି ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀ ୩୧୨୦, ରାଜ୍ୟ ଫରେନସିକ୍ ସାଇନ୍ସ ସର୍ଭିସ ପାଇଁ୨୫୬ଟି ନୂଆ ପଦବୀ ସୃଷ୍ଟି ସହ ପବ୍ଲିକ ପ୍ରସିକ୍ୟୁସନ ନିର୍ଦ୍ଦେଶାଳୟରେ ୨୬୭ଟି ନୂଆ ପଦବୀ ସୃଷ୍ଟି କରାଯାଇଛି ।

    ସରକାର ବର୍ତ୍ତମାନର ସମସ୍ତ ୧୪ଟି ସାଇବର କ୍ରାଇମ ଆଣ୍ଡ ଇକୋନୋମିକ ଅଫେନ୍ସ (ସିସି ଓ ଇଓ) ଥାନାକୁ ସୁଦୃଢ଼ କରିଛନ୍ତି ଏବଂ ୨୦ଟି ନୂତନ ଥାନା ପ୍ରତିଷ୍ଠା କରିଛନ୍ତି, ଯାହା ଦ୍ୱାରା ପ୍ରତ୍ୟେକ ପୁଲିସ ଜିଲାରେ ବର୍ତ୍ତମାନ ଏକ ଉତ୍ସର୍ଗୀକୃତ ସାଇବର କ୍ରାଇମ ୟୁନିଟ୍ ରହିଛି । ଏହି ବିକେନ୍ଦ୍ରୀକୃତ ଆଭିମୁଖ୍ୟ ଡିଜିଟାଲ ଏବଂ ଆର୍ଥିକ ଅପରାଧର ମୁକାବିଲାରେ ପୁଲିସର ଉତ୍ତରଦାୟିତ୍ୱ ଏବଂ ଫଳପ୍ରଦତାରେ ଏହା ଉନ୍ନତି ଆଣିବ। ଏହି ବୃହତ ନିଯୁକ୍ତି ଅଭିଯାନ ଆଇନ ଶୃଙ୍ଖଳାକୁ ପ୍ରାଥମିକତା ଦେବା, ନକ୍ସଲବାଦ ଏବଂ ସାଇବର ଅପରାଧ ଭଳି ନିର୍ଦ୍ଦିଷ୍ଟ ସୁରକ୍ଷା ଆହ୍ୱାନର ମୁକାବିଲା କରିବା; ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଢ ଅଙ୍ଗୀକାରବଦ୍ଧତାକୁ ଦର୍ଶାଉଛି । ବିଭିନ୍ନ ସ୍ବତନ୍ତ୍ର ୟୁନିଟରେ ଏହି ପଦବୀ ସୃଷ୍ଟି ନିଶ୍ଚିତ ଭାବେ ଓଡ଼ିଶା ପୁଲିସ ବାହିନୀର କାର୍ଯ୍ୟଦକ୍ଷତା ଓ ପ୍ରଭାବ ବୃଦ୍ଧି କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.1 ° C
    24.1 °
    24.1 °
    96 %
    1.7kmh
    93 %
    Sat
    24 °
    Sun
    30 °
    Mon
    29 °
    Tue
    30 °
    Wed
    27 °

    ସମ୍ବନ୍ଧିତ