Sunday, November 8, 2026
20.4 C
Odisha

    ୟୁଟ୍ୟୁବର ହତ୍ୟା ମାମଲା : ୩ ଗିରଫ, ଛୁରୀ ଜବତ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ରାଜଧାନୀରେ ୟୁଟ୍ୟୁବର ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଜଣେ ଯବାନ ଓ ତାଙ୍କର ଦୁଇ ପୁତୁରାକୁ କମିଶନରେଟ୍ ପୁଲିସ୍‌ ଗିରଫ କରିଛି।

    ମିଳିଥିବା ସୂଚନା ଅନୁଯାୟୀ ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମୃତ ଯୁବକ ରାହୁଲ ମହାରଣା ବୋଲି ଜଣାପଡିଛି । ସେ ଜଣେ ୟୁଟ୍ୟୁବ ବ୍ଲଗର। ରାତିରେ ୪ରୁ ୫ ଜଣ ରାହୁଲଙ୍କୁ ଛୁରି ଭୁସି ହତ୍ୟା କରିଥିବା ଜଣାପଡ଼ିଛି। ରାହୁଲଙ୍କୁ ରକ୍ତ ଜଡ଼ୁଜୁଡ଼ୁ ଅବସ୍ଥାରେ ତୁରନ୍ତ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କମିଶନରେଟ୍ ପୁଲିସ୍ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛି। ମଦ୍ୟପାନ ଓ ପରେ ଯୁକ୍ତିତର୍କକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    20.4 ° C
    20.4 °
    20.4 °
    74 %
    0.7kmh
    31 %
    Sun
    26 °
    Mon
    26 °
    Tue
    26 °
    Wed
    26 °
    Thu
    25 °

    ସମ୍ବନ୍ଧିତ