Friday, April 3, 2026
36.1 C
Odisha

    ୨୦୨୫ ଏସିଆ କପ୍‌ ଖେଳିନପାରେ ଭାରତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ସୀମାନ୍ତ ଅଞ୍ଚଳରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଶତ୍ରୁତା ଦୁଇ ଦେଶର କ୍ରିକେଟ୍‌ ଖେଳକୁ ମଧ୍ୟ ଖୁବ୍ ପ୍ରଭାବିତ କରିଛି। ଭାରତ ଏବଂ ପାକିସ୍ତାନ ପୂର୍ବରୁ ଦ୍ୱିପାକ୍ଷିକ କ୍ରିକେଟ ଖେଳିବା ବିରୋଧରେ ଥିବା ବେଳେ ଏବେ ପଡ଼ୋଶୀ ଦେଶକୁ ଆହୁରି ଅଲଗା କରିବା ପାଇଁ ଚଳିତବର୍ଷର ଏସିଆ କପ୍ ରୁ ଓହରିଯିବାକୁ ଯୋଜନା କରୁଛି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)। ୨୦୨୫ ଏସିଆ କପ୍‌ ଖେଳିନପାରେ ଭାରତ। କ୍ରିକେଟ୍ ଏସିଆ କପ୍ ଆୟୋଜନ ଓ ଏଥିରେ ଭାଗ ନେବାରୁ ଓହରିଯାଇପାରେ ଭାରତ । ଏନେଇ ବିସିସିଆଇ ପକ୍ଷରୁ ଏସୀୟ କ୍ରିକେଟ ପରିଷଦକୁ ଅବଗତ କରାଯାଇଥିବାର ସୂଚନା ମିଳିଛି ।ଚଳିତବର୍ଷର ପୁରୁଷ ବର୍ଗର ଏସିଆ କପ୍ ଭାରତରେ ଆୟୋଜନ ହେବାର ଥିଲା । ହେଲେ ଏବେ ମିଳିଥିବା ସୂଚନା ଅନୁସାରେ , ବିସିସିଆଇ ଏହାର ଆୟୋଜନ କିମ୍ବା ଏଥିରେ ଭାଗ ନନେବାକୁ ନିଷ୍ପତ୍ତି ନେଇଛି। ସେହିପରି ମହିଳା ଏସିଆ କପ୍ ଆସନ୍ତା ମାସ ଶ୍ରୀଲଙ୍କାରେ ହେବାର ଅଛି । ଏଥିରେ ବି ଭାରତ ଭାଗନେଇ ନ ପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ