Monday, October 12, 2026
22.3 C
Odisha

    ୫ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତ କଲା ବିଜେଡି

    ଆଗକୁ ପଢନ୍ତୁ

    ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ପକ୍ଷରୁ ୫ଟି ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତି ଦିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଂସଦୀୟ କ୍ଷେତ୍ର ସଂଯୋଜକଙ୍କୁ ନିଯୁକ୍ତି ଦେଇଛନ୍ତି। ବିଜେଡି ଉପସଭାପତି ତଥା ଇସ୍ତାହାର କମିଟିର ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁଙ୍କୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ଦେବାଶିଷ ସାମନ୍ତରାୟଙ୍କୁ ଭଦ୍ରକ, ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା, ସୁଜିତ କୁମାରଙ୍କୁ କଳାହାଣ୍ଡି ଓ ସୁବାସ ଖୁଣ୍ଟିଆଙ୍କୁ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତୁରନ୍ତ ଏହି ନିଯୁକ୍ତି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    82 %
    1.3kmh
    0 %
    Sun
    22 °
    Mon
    29 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ