Saturday, July 27, 2024
24.6 C
Odisha

    ଦୁବାଇରେ ହେବ ୨୦୨୪ ଆଇପିଏଲ ନିଲାମି: ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଞ୍ଚାଇଜଙ୍କ ନଜର

    ଆଗକୁ ପଢନ୍ତୁ

    ମଙ୍ଗଳବାର ଦୁବାଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ଡକାଯିବ । ମଧ୍ୟାନ ୧ଟାରେ ନିଲାମି ପ୍ରକିୟା ଆରମ୍ଭ ହେବ । ମୋଟ ୩୩୩ ଜଣ ଖେଳାଳି ନିଲାମିରେ ଅଂଶଗ୍ରହଣ କରିଥିବା ବେଳେ ୧୦ ଫ୍ରାଂଚାଇଜ ଖେଳାଳୀ କିଣିବେ । ୧୧୬୬ ଜଣ ଖେଳାଳୀଙ୍କ ନାଁ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୩ ଜଣଙ୍କୁ ନିଲାମି ପାଇଁ ଚୟନ କରାଯାଇଛି । ନିଲାମିରେ ୨୧୪ ଭାରତୀୟ ଖେଳାଳି ରହିଥିବା ବୋଳ ୧୧୯ ବିଦେଶୀ ଖେଳାଳି ରହିଛନ୍ତି । ସେମାନଙ୍କୁ ୨ କୋଟି ବେସ ପ୍ରାଇସରେ ୨୩ ଖେଳାଳି ରହିଛନ୍ତି । ଏଥିମଧ୍ୟରୁ ୩ ଜଣ ଭାରତୀୟ ଖେଳାଳି ହର୍ସଲ ପଟେଲ, ଉମେଶ ଯାଦବ ଏବଂ ଶାର୍ଦୁଲ ଠାକୁରଙ୍କ ନାଁ ରହିଛି । ନିଲାମି ତାଲିକାରେ ଇଂଲଣ୍ଡର ହାରି ବ୍ରୋକ ପ୍ରଥମରେ ଥିବା ବେଳେ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ ଦ୍ୱିତୀୟରେ ଅଛନ୍ତିି । କିନ୍ତୁ ସେମାନଙ୍କର ବେସ୍ ପ୍ରାଇସ୍ ୨ ଲକ୍ଷ ରହିଛି । ତେବେ ଫ୍ରାଚାଇଜି ମାନଙ୍କ ପକେଟରେ ମୋଟ ୨୬୨.୯୫ କୋଟି ଟଙ୍କା ରହିଛି । ଫ୍ରାଚାଇଜ୍ ମଧ୍ୟରେ ଗୁଜୁରାଟ ଟାଇଟନ୍ସ ପାଖରେ ସବୁଠୁ ଅଧିକ ୩୮ ଦଶମିକ ୧୫ କୋଟି ଟଙ୍କା ଅଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୪୦ ଦଶମିକ ୭୫ କୋଟି ଟଙ୍କା ଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ପାଖରେ ୩୪ କୋଟି, କୋଲକାତା ନାଇଟ୍ ରାଇଡର୍ସ ପାଖରେ ୩୨ ଦଶମିକ ୭ କୋଟି. ଚେନ୍ନାଇ ସୁପର କିଙ୍ଗ୍ସ ପର୍ସରେ ୩୧ ଦଶମିକ ୪ କୋଟି, ପଞ୍ଜାବ କିଙ୍ଗସ ପକେଟରେ ୨୯.୧ କୋଟି, ଦିଲ୍ଲୀ କ୍ୟାପିଟାଲ୍ସ ପର୍ସରେ ୨୮ ଦଶମିକ ୯୫ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୧୫ ଦଶମିକ ୨୫ କୋଟି ଟଙ୍କା ଅଛି । ତେବେ ୨୦୨୪ ଆଇପିଏଲ ରିଷଭ ପନ୍ତ ଖେଳିବା ନେଇ ସଙ୍କେତ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଯେଉଁ ଖେଳାଳି ନିଲାମୀରେ ସାମିଲ ହେବେ ସେମାନଙ୍କ ତାଲିକା ପ୍ରକାଶ ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ