Monday, December 23, 2024
22.7 C
Odisha

    ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା

    ଆଗକୁ ପଢନ୍ତୁ

    ସାରା ରାଜ୍ୟରେ ତାତିର ପ୍ରକୋପ ଜାରି ରହିଛି। ଅସହ୍ୟ ତାତି ଯୋଗୁଁ ରାଜ୍ୟବାସୀ କଲବଲ ହେଉଛନ୍ତି। ସକାଳ ୮ ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଉଛି। ଦିନତମାମ ଟାଣ ଖରାରେ ଭାଜି ହେଉଥିବା ଲୋକେ ରାତିରେ ବି ତାତିରୁ ନିସ୍ତାର ପାଉ ନାହାନ୍ତି। ଏହାରି ମଧ୍ୟରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଶ୍ବସ୍ତିକର ସୂଚନା ଆସିଛି। କାଳବୈଶାଖୀ ଜନିତ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ ପ୍ରଭାବ ହେତୁ ୨୧ ଠାରୁ ୨୪ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଫଳରେ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ନିସ୍ତାର ମିଳିବ। ମାତ୍ର ପୁଣି ୨୫ ତାରିଖ ଠାରୁ ତାପମାତ୍ରାରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ୨୬ ଏପ୍ରିଲରୁ ୨ ମଇ ମଧ୍ୟରେ ରାଜ୍ୟରେ ପୁଣି ଉଷ୍ମ-ଆଦ୍ର ପାଣିପାଗ ସହ କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି।

    ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ସୁନ୍ଦରଗଡର ତାପମାତ୍ରା ସର୍ବୋଚ୍ଚ ରହିଛ। ସୁନ୍ଦରଗଡର ତାପମାତ୍ରା ୪୩.୮ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
    ସୁନ୍ଦରଗଡ: 43.8°C
    ସମ୍ବଲପୁର: 42.4°C
    କେନ୍ଦୁଝର: 42.2°C
    ଚାନ୍ଦବାଲି: 42.2°C
    ହୀରାକୁଦ: 42°C
    ରାଉରକେଲା: 41.8°C
    ଭୁବନେଶ୍ୱର: 41.4°C
    ବାଲେଶ୍ୱର: 39.4°C
    ପାରାଦ୍ୱୀପ: 34.8°C
    ପୁରୀ:34.4°C
    ଗୋପାଳପୁର:33.6°C

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    67 %
    2.6kmh
    100 %
    Mon
    20 °
    Tue
    26 °
    Wed
    28 °
    Thu
    29 °
    Fri
    29 °

    ସମ୍ବନ୍ଧିତ