Thursday, October 15, 2026
23.8 C
Odisha

    ବଜ୍ରପ।ତ: ୧୩ ମହିଳା ଶ୍ରମିକ ଆହତ, ୨ ଗୁରୁତର

    ଆଗକୁ ପଢନ୍ତୁ

    ଉମରକୋଟ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ଧନପୁରା ଗ୍ରାମରେ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ଅପରାହ୍‌ଣ ସାଢ଼େ ୪ଟାରେ ଧନପୁରା ଗ୍ରାମର ପ୍ରାୟ ୧୫ ଜଣ ମହିଳା ଶ୍ରମିକ ଜମିରେ ଧାନରୁଆ ସମୟରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ସହ ବିଜୁଳି ମାରିଥିଲା। ଏହି ସମୟରେ ବଜ୍ରପାତ ହେବାରୁ ୧୩ ମହିଳା ଶ୍ରମିକ ଅଚେତ ହୋଇ ବିଲରେ ହିଁ ପଡ଼ି ଯାଇଥିଲେ।
    ତେବେ ସେଥି ମଧ୍ୟରୁ ଅକ୍ଷତ ଅବସ୍ଥାରେ ଥିବା ୨ ଜଣ ମହିଳା ଶ୍ରମିକ ଦୌଡ଼ି ଯାଇ ଗାଁରେ ଖବର ଦେଇ ଥିଲେ। ତୁରନ୍ତ ଗ୍ରାମବାସୀ ବୋଲେରୋ, ସ୍କୋର୍ପିଓ ଓ ଟ୍ରାକ୍ଟରରେ ସବୁ ୧୩ ଜଣ ମହିଳା ଶ୍ରମିକଙ୍କୁ ଉମରକୋଟ ଡାକ୍ତରଖାନାକୁ ଆଣି ଭର୍ତ୍ତି କରାଇ ଥିଲେ। ଆହତ ମହିଳା ଶ୍ରମିକମାନେ ହେଲେ ମଞ୍ଚାବତୀ କନ୍ଧପାନ (୫୦), ଧନମତି କନ୍ଧପାନ (୩୮), ସତ୍ୟବତୀ କନ୍ଧପାନ(୫୨), ରୁକ୍ମଣୀ କନ୍ଧପାନ(୩୦), ନିକିତା କନ୍ଧପା(୨୦), ରତ୍ନାବତୀ କନ୍ଧପାନ (୫୫), ଗୋମତୀ କନ୍ଧପାନ(୩୫), ମଙ୍ଗରି ଗାଣ୍ଡା (୩୫), ମନ୍ଦନା ଗାଣ୍ଡା (୫୪), ପାର୍ବତୀ ଭତରା (୧୮), ଲକ୍ଷ୍ମୀ ମୁଣ୍ଡା (୧୯), ମିନା ମୁଣ୍ଡା (୨୪), ରେଖା କନ୍ଧପାନ(୨୮)। ରେଖାଙ୍କ ଘର ମାଝିଆ ଗାଁ ହୋଇଥିବା ବେଳେ ନ୍ୟ ସମସ୍ତେ ଧନପୁରା ନିବାସୀ। ଏମାନଙ୍କୁ ମଧ୍ୟରୁ ୨ଜଣଙ୍କର ଅଵସ୍ଥା ଗୁରୁତର ହେବାରୁ ଚିକିତ୍ସା କରୁ ଥିବା ଡକ୍ଟର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇ ଥିବା ସୂଚନା ମିଳିଛି। ସେମାନେ ହେଲେ ନିକିତା କନ୍ଧପାଣ ଓ ପାର୍ବତୀ ଭତ୍ର।। ଅନ୍ୟ ସମସ୍ତ ୧୧ ଶ୍ରମିକ ବିପଦ ମୁକ୍ତ ଥିବା ଚିକିତ୍ସା କରୁଥିବା ଥିବା ଡାକ୍ତର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    90 %
    1kmh
    99 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ