Saturday, October 24, 2026
20.7 C
Odisha

    ଘାଟିରେ ଓଲଟିଲା OSRTC ବସ୍; ୧୫ ଆହତ

    ଆଗକୁ ପଢନ୍ତୁ

    ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡ଼ିଲା OSRTC ବସ୍। ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ବୌଦ୍ଧ-କନ୍ଧମାଳ ସୀମାନ୍ତ ଫୁଲବାଣୀ ରାଣୀପଥର ଘାଟିରେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

    ଆଜି ସକାଳେ OSRTC ବସଟି ଫୁଲବାଣୀରୁ ଅନୁଗୋଳ ଅଭିମୁଖେ ଯାଉଥିଲେ। ରାଣୀପଥର ଘାଟିରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ବସର କାଚକୁ ଭାଙ୍ଗି ଯାତ୍ରମୀମାନଙ୍କୁ ଉଦ୍ଧାର କରାଯାଇଛି। ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ବସ୍‌ରେ ୪୫ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଗାଡ଼ି ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା। ସୀମା ବିବାଦ ଯୋଗୁ ପୁଲିସ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.7 ° C
    20.7 °
    20.7 °
    66 %
    1.8kmh
    17 %
    Sat
    20 °
    Sun
    28 °
    Mon
    28 °
    Tue
    30 °
    Wed
    28 °

    ସମ୍ବନ୍ଧିତ