Saturday, July 27, 2024
24.6 C
Odisha

    ବିଜେଡିରେ ଯୋଗ ଦେଲେ ଅରବିନ୍ଦ ମହାପାତ୍ର

    ଆଗକୁ ପଢନ୍ତୁ

    ବିଜେଡିରେ ସାମିଲ ହେଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ଅରବିନ୍ଦ । କେନ୍ଦ୍ରାପଡା ଜିଲ୍ଲାର ବିଜେଡି ନେତା, ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଶଙ୍ଖ ଫୁଙ୍କିଛନ୍ତି ଅରବିନ୍ଦ । ହଜାର ହଜାର କର୍ମୀଙ୍କ ଗହଣରେ ଆସି ବିଜେଡିରେ ସାମିଲ ହୋଇଛନ୍ତି ବିଜୟଙ୍କ ପୁଅ ।ବିଜେଡିରେ ସାମିଲ ହେବା ପରେ ଅରବିନ୍ଦ କହିଛନ୍ତି, ଆଜି ବହୁତ ଶୁଭ ଦିନ । ଆଜି ବିଜେଡିରେ ଯୋଗ ଦେଇଛି । ଏଭଳି ନିଷ୍ପତ୍ତି ନେବା ପଛର କାରଣ ବାବଦରେ ଅରବିନ୍ଦ କହିଛନ୍ତି, ୨୦୧୯ ପରଠାରୁ ଅନେକ ଦିନ ହେବ ମୁଁ ପାଟକୁରାରେ ବୁଲି ଆସୁଛି । ମୋତେ ଲାଗିଲା ମୋତେ ଏକ ଏଭଳି ମଞ୍ଚ ଦରକାର ଯେଉଁଠି ମୁଁ ପାଟକୁରାର ବିକାଶକୁ ଆଗକୁ ନେଇପାରିବି । ନିଷ୍ପତ୍ତି ନେବା ଆଗରୁ ପାଟକୁରାବାସୀଙ୍କ ସହ ଆଲୋଚନା କରିଛି ଓ ପରାମର୍ଶ ନେଇଛି । ବାପାଙ୍କ ଆଶୀର୍ବାଦ ନେବା ସହ ପାଟକୁରାର ବିକାଶ ପାଇଁ ଏଭଳି ନିଷ୍ପତ୍ତି ନେଲି । ପାଟକୁରା,କେନ୍ଦ୍ରାପଡା ଓ ଓଡ଼ିଶାବାସୀଙ୍କ ବିକାଶ ପାଇଁ ଏଭଳି ନିଷ୍ପତ୍ତି ନେବାକୁ ଇଚ୍ଛାପ୍ରକାଶ କଲି ।ଏଭଳି ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ । ଦଳ ପକ୍ଷରୁ ଯାହା ଦାୟିତ୍ୱ ମିଳିବ ତାହାକୁ ସୁଚାରୁରୂପେ ତୁଲାଇବି ବୋଲି କହିଛନ୍ତି ଅରବିନ୍ଦ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ