Sunday, October 4, 2026
29.6 C
Odisha

    ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ଦ୍ବିତୀୟଙ୍କ ସହିତ ଛାଡ଼ପତ୍ର ପରେ ବିଦେଶ ଯାଇ ତୃତୀୟ ବିବାହ କରିଥିଲେ ପୂର୍ବତନ ସାଂସଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜୌନପୁର ସିଟର ପୂର୍ବତନ ସାଂସଦ ବାହୁବଳୀ ଧନଞ୍ଜୟ ସିଂହଙ୍କୁ ଧମକ ଓ ଅପହରଣ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ କ‌ୋର୍ଟ ଆଜି ଧନଞ୍ଜୟ ସିଂହଙ୍କୁ ଦଣ୍ଡା ଶୁଣାଣି କରିବ। ତେଣୁ ତାଙ୍କୁ ପୂର୍ବରୁ ହିଁ ପୁଲିସ ହେପାଜତକୁ ନିଆଯାଇ ସାରିଛି।ଧନଞ୍ଜୟ ସିଂହ ଅପରାଧ ଦୁନିଆର ଜଣାଶୁଣା ନାମ। ଧନଞ୍ଜୟଙ୍କ ଅପରାଧ ବିଷୟରେ ସମସ୍ତେ ଜାଣିଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ କମ ଲୋକ ଜାଣିଛନ୍ତି।ବାହୁବଳୀ ଧନଞ୍ଜୟ ସିଂହ ତିନିଥର ବିବାହ କରିଛନ୍ତି। ଧନଞ୍ଜୟଙ୍କ ପ୍ରଥମ ସ୍ତ୍ରୀ ମିନୁ ସିଂହଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। କେହିକେହି ମିନୁ ନିଜେ ଜୀବନ ହାରିଥିବା କହିଥିଲେ। କିନ୍ତୁ ତାଙ୍କ ମୃତ୍ୟୁର କାରଣ ଆଜି ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

    ଏହାପରେ ସିଂହ ଡାକ୍ତର ଜାଗୃତି ସିଂହଙ୍କୁ ଧୁମଧାମରେ ଦ୍ବିତୀୟ ବିବାହ କରିଥିଲେ। ବିବାହର କିଛିବର୍ଷ ପରେ ଜାଗୃତିଙ୍କ ମାଡ଼ରେ ଗୃହ ସହାୟକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୁଲିସ ସିଂହ ଦମ୍ପତ୍ତିଙ୍କୁ ଗିରଫ କରିଥିଲା। ଜାମିନରେ ଆସିବା ପରେ ଜାଗୃତିଙ୍କ ସହିତ ବିଭିନ୍ନ କାରଣକୁ ନେଇ ବାରମ୍ବାର ଧନଞ୍ଜୟଙ୍କ କଳହ ଉପୁଜିବାରୁ ଦୁହିଁଙ୍କ ସହମତିରେ ଛାଡ଼ପତ୍ର ହୋଇଯାଇଥିଲା। ୨୦୧୭ରେ ଧନଞ୍ଜୟ ତେଲେଙ୍ଗାନାରେ ରହୁଥିବା ଶ୍ରୀକଳା ରେଡ୍ଡିଙ୍କୁ ପ୍ୟାରିସରେ ଯାଇ ତୃତୀୟ ବିବ‌ାହ କରିଥିଲେ। ଏବେ ଧନଞ୍ଜୟଙ୍କ ପରିବାରରେ ଜାଗୃତି(ଦ୍ବିତୀୟ ସ୍ତ୍ରୀ)ଙ୍କ ପୁଅ, ତୃତୀୟ ସ୍ତ୍ରୀ କଳା ଓ ତାଙ୍କ ପୁଅ ବସବାସ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ