Saturday, March 28, 2026
38.2 C
Odisha

    ଓଡ଼ିଶାରେ ୨ହଜାର ୧୦୩ ହାତୀ

    ଆଗକୁ ପଢନ୍ତୁ

    ଓଡ଼ିଶାରେ ୨ହଜାର ୧୦୩ ହାତୀ ।  ଆସିଲା ଶୀତକାଳୀନ ହାତୀ ଗଣନା ରିପୋର୍ଟ । ୧୪ ନଭେମ୍ବରରୁ ୧୬ ନଭେମ୍ବର ପର୍ଯ୍ୟନ୍ତ ୨୮ଟି ଜିଲ୍ଲାରେ ହୋଇଥିଲା ଗଣନା। ମେ’ ୨୦୨୪ ଖରାଦିନିଆ ହାତୀ ଗଣନାରେ ରାଜ୍ୟରେ ଥିଲେ ୨ହଜାର ୯୮ଟି ହାତୀ। ନଭେମ୍ବରରେ ଗଣନାରେ ବଢ଼ିଛନ୍ତି ହାତୀ ସଂଖ୍ୟା । ୫୩୬ଟି ଅଣ୍ଡିରା, ୯୮୩ ଟି ମାଈ ଓ ୫୮୪ଟି ଛୁଆ ହାତୀ ଅଛନ୍ତି । ଢେଙ୍କାନାଳ ଡିଭିଜନରେ ୨୯୧ ଓ କେନ୍ଦୁଝର ଡିଭିଜନରେ ଅଛନ୍ତି ୧୬୦ ହାତୀ ।  ଆଠଗଡ଼ ଡିଭିଜନରେ ୧୨୪ ଓ ଦେବଗଡ଼ ଡିଭିଜନରେ ଅଛନ୍ତି ୧୨୩ ହାତୀ  । ଅନୁଗୁଳ ଡିଭିଜନରେ ଅଛନ୍ତି ୧୧୭ ହାତୀ । ଢେଙ୍କାନାଳ, ଦେବଗଡ଼, ରାଉରକେଲା, କେନ୍ଦୁଝର, ସମ୍ବଲୁପର, ଆଠମଲ୍ଲିକ, ଘୁମୁସର ଉତ୍ତର, ବଲାଙ୍ଗିର ଓ ରେଢାଖୋଲ ବନଖଣ୍ଡରେ ହାତୀ ସଂଖ୍ୟରେ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ଶିମିଳିପାଳ ଉତ୍ତର, ସାତକୋଶିଆ, ବାମରା ଏବଂ ରାୟଗଡ଼ ବନଖଣ୍ଡରେ କମିଛି ହାତୀ ସଂଖ୍ୟା । ଶୀତ ଋତୁରେ ଆନଃ ବନଖଣ୍ଡ ଓ ଆନ୍ତଃ ରାଜ୍ୟ ହାତୀ ଚଳାଚଳ ଯୋଗୁଁ ସଂଖ୍ୟାରେ ପରିବର୍ତ୍ତନ ହୋଇଥିବା ଅନୁମାନ କରାଯାଉଛି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ ହାତୀ ଚଳପ୍ରଚଳ ବଢିଛି। ଖରାଦିନିଆ ହାତୀ ଗଣନା ଓ ଶୀତ ଦିନିଆ ହାତୀ ଗଣନା ମଧ୍ୟରେ ୪୮ ହାତୀର ମୃତ୍ୟୁ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    15 %
    4.1kmh
    10 %
    Sat
    37 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ