Saturday, October 3, 2026
24.7 C
Odisha

    ଓଲିଉଡରେ ନୂଆ ରେକର୍ଡ: ୫ ଦିନରେ ‘କର୍ମ’ କଲା ୨.୨୧ କୋଟି ଟଙ୍କାର ବ୍ୟବସାୟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘କର୍ମ’ ପ୍ରଥମ ଦିନରୁ ହିଁ ଜବରଦସ୍ତ ବ୍ୟାବସାୟିକ ସଫଳତା ହାସଲ କରିଛି। ଏହାପରେ ବି ଏହାର କ୍ରେଜ୍ ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ରେକର୍ଡ ବି କରିବାରେ ଲାଗିଛି।

    ରିଲିଜ୍‌ର ପ୍ରଥମ ଦିନରେ ଫିଲ୍ମଟି ୩୭ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ କରିଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି, ଯାହା ଓଡ଼ିଆ ଫିଲ୍ମର ଇତିହାସରେ ଏକ ସର୍ବକାଳୀନ ରେକର୍ଡ। ଏହାପର ଦିନ ଅର୍ଥାତ୍ ଗୁରୁବାର ୩୮.୧ ଲକ୍ଷ , ଶୁକ୍ରବାର ୪୦.୩, ଶନିବାର ୪୮.୯ ଓ ରବିବାର ୫୬.୭ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ଏପରି ମାତ୍ର ୫ ଦିନରେ କର୍ମ ୨.୨୧ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାଯାଇଛି। ଓଡ଼ିଶା ବାହାରେ ମଧ୍ୟ ଅର୍ଥାତ୍‌ ଶୁକ୍ରବାରରେ ପୁନେ, ଦିଲ୍ଲୀ, ବେଙ୍ଗାଲୁରୁ ଓ ମୁମ୍ବାଇରେ ରିଲିଜ୍‌ ହୋଇଛି।

    ‘କର୍ମ’ରେ ଅନୁଭବ ମହାନ୍ତି, ସୂର୍ଯ୍ୟମୟୀ, ମନ୍ମୟ, ଦିବ୍ୟାଦିଶା, ସନୋଜ, ନିଶାନ୍ତ ମଜିଠିଆ ଓ ଉଦିତ ଗୁରୁ ପ୍ରମୁଖ ଅଭିନୟ କରିଛନ୍ତି। ଆଶିଷ ପ୍ରଧାନ ଏହାର ସଙ୍ଗୀତକାର। ମାନସ ପଢ଼ିଆରି ଏହାର ସଂଳାପ ଲେଖକ। ଦୀପକ କୁମାର ଏହାର ସିନେମାଟୋଗ୍ରାଫର୍।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    83 %
    1.4kmh
    16 %
    Sat
    24 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ