Tuesday, September 16, 2025
23.7 C
Odisha

    ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଲେ ୩ ନକ୍ସଲ

    ଆଗକୁ ପଢନ୍ତୁ

    ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ନକ୍ସଲ । ଦାନ୍ତେୱାଡର ଟୁମକାପାଲ ଓ ଡାବା କୁନ୍ନା ଗାଁ ମଧ୍ୟରେ ଏନକାଉଣ୍ଟର ହୋଇଛି  । ଏହି ଅଞ୍ଚଳରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିବା ପରେ ଡିଆରଜି, ସିଆରପିଏଫ ଓ ପୁଲିସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀମାନେ ଗୁଳିମାଡ଼ ଆରମ୍ଭ କରି ଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା।ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୩ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ନିହତ ନକ୍ସଲଙ୍କ ମଧ୍ୟରେ ଦରଭା ଡିଭିଜିନର ଏଲଓସି କମାଣ୍ଡର ରହିଥିବା ଜଣାପଡ଼ିଛି। ସମସ୍ତ ୩ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ, ଗୁଳି, ବନ୍ଧୁକ ଓ ବିସ୍ଫୋରକ ମଧ୍ୟ ଜବତ ହୋଇଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା ଦାନ୍ତେୱାଡା ଏସ୍‌ପି ଗୌରବ ରାଏ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.7 ° C
    23.7 °
    23.7 °
    94 %
    1kmh
    100 %
    Mon
    24 °
    Tue
    30 °
    Wed
    26 °
    Thu
    30 °
    Fri
    30 °

    ସମ୍ବନ୍ଧିତ