Monday, June 23, 2025
29 C
Odisha

    ରାଜ୍ୟରେ ପୃଥକ ଦୁର୍ଘଟଣାରେ ଗଲା ୬ ଜୀବନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ରାଜ୍ୟରେ ଦୁଇ ପୃଥକ ପୃଥକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏକାଧିକ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଳା ବୋରିଗୁମ୍ମା ଥାନା ଅନ୍ତର୍ଗତ ବିଜାପୁରରେ ଛତିଶଗଡ଼ର ସ୍କୋର୍ପିଓ ଧକ୍କାରେ ୨ ମହିଳାଙ୍କ ସମେତ ୩ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳରେ ଯାତ୍ରୀବାହୀ ବସ୍ ଓ ପିକ ଅପ୍ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି।
    ଗଞ୍ଜାମ ଜିଲ୍ଲା ଆସିକା ଥାନା ଖଡ଼ଭାଗ ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏକ ଯାତ୍ରୀବାହୀ ବସ୍ ଓ ପିକ ଅପ୍ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ପିକଅପ୍ ଭ୍ୟାନରେ ଚାପି ହୋଇ କିଛି ସମୟ ରହିଥିଲା ମୃତଦେହ। ଘଟଣାସ୍ଥଳରେ ଆସିକା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ପିକଅପ୍ ଭ୍ୟାନ କାଟି ମୃତଦେହ ଉଦ୍ଧାର କରିଥିଲେ। ବସଟି ବ୍ରହ୍ମପୁରରୁ ଆସିକା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ପିକ୍ଅପ୍ ଭ୍ୟାନ ଆସୁଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    69 %
    5.2kmh
    100 %
    Mon
    27 °
    Tue
    29 °
    Wed
    32 °
    Thu
    31 °
    Fri
    27 °

    ସମ୍ବନ୍ଧିତ