Monday, October 19, 2026
21.9 C
Odisha

    ୭୫ ବର୍ଷରେ ବି ହାରିନାହାନ୍ତି ଫୁଲମତି; ୬ କିମି ଚାଲିଚାଲି ବୈପାରିଗୁଡ଼ା ଆସି ପରିବା ବିକନ୍ତି

    ଆଗକୁ ପଢନ୍ତୁ

    ବୈପାରିଗୁଡ଼ା: ଫୁଲମତି ମାଝି। ବୟସ ୭୫ ବର୍ଷ। ଘର କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକର ପୂଜାରିଗୁଡ଼ା ପଞ୍ଚାୟତର ଲିମ୍ବାଗୁଡା ଗ୍ରାମରେ। ଜୀବନର ଅପରାହ୍ନରେ ପହଞ୍ଚି ମଧ୍ୟ ଫୁଲମତି ଆତ୍ମନିର୍ଭଶୀଳ। ପ୍ରତିଦିନ ୬ କିଲୋମିଟର ବାଟ ଚାଲି ଚାଲି ବୈପାରିଗୁଡା ଆସି ନିଜ ବାଡିର ପରିବା ବିକ୍ରି କରନ୍ତି। ନିଜ ବାଡିରେ ଫଳୁଥିବା କୁନ୍ଦୁରୁ, ଭେଣ୍ଡି, ବାଇଗଣ, ଟମାଟୋ, କଲରା ଇତ୍ୟାଦିକୁ ବଜାରକୁ ଆଣି ବିକ୍ରି କରନ୍ତି।

    ତେବେ ସେ ପ୍ରତିଦିନ ୬ କିଲୋମିଟର ଆସନ୍ତି ଏବଂ ପୁଣି ଚାଲିଚାଲି ଫେରି ଯାଆନ୍ତି। ତେବେ ଏହି ଚାଲିବା ସମୟରେ ମୁଣ୍ଡରେ ଟୋକେଇରେ ଭର୍ତ୍ତି ପରିବା ବୋହି ଆସନ୍ତି। କିନ୍ତୁ କେବେ ସେ ଥକି ଯାଇ ନାହାନ୍ତି। ଯିଏ ବି ଦେଖେ ତାଂକୁ ଏତେ ଦୁରରୁ କାହିଁକି ଆସୁଛନ୍ତି ବୋଲି ଥରେ ପଚାରନ୍ତି। ଫୁଲମତି କିନ୍ତୁ ଗୋଟିଏ ଉତ୍ତର ଦିଅନ୍ତି ମୁଁ କଣ ବୁଢି ହୋଇଗଲି କି। ଏବେ ବି ମୋ ଦେହରେ ବଳ ଅଛି। ତୁମେ ମାଇଲ ମାଇଲ ବାଟ ଚାଲି ପାରିବ ନାହିଁ କିନ୍ତୁ ମୁଁ ଚାଲିପାରିବି ବୋଲି ଯୁକ୍ତି ବାଢନ୍ତି। ବିକିବାକୁ ଆଣିଥିବା ପରିବାକୁ ସେ ଉଟିତ ଦାମରେ ବିକନ୍ତି।

    ସେ ଯାହା କହନ୍ତି ସେତିକି ଟଂକା ହିଁ ନିଅନ୍ତି। ପରିବା ଦର କମ୍ କରିବାକୁ ଯେତେ କହିଲେ ମଧ୍ୟ କମାନ୍ତି ନାହିଁ। କାରଣ ସେ ଏତେ ଦୁରରୁ ଚାଲି ଚାଲି ପରିବା ଧରି ଗ୍ରାହକମାନଙ୍କ ଘର ଆଗରେ ପହଞ୍ଚାଉଥିବାରୁ ସେ ଟଂକା କମ୍ କରୁନଥିବା କହନ୍ତି। ଲୋକେ ମଧ୍ୟ ତାଂକ ନିକଟରୁ ପରିବା କିଣିବାକୁ ପସନ୍ଦ କରନ୍ତି। ଲୋକେ ପରିବା ଟୋକେଇକୁ ତାଂକ ମୁଣ୍ଡରେ ଟେକି ଦେଉଥିବା ଦୃଶ୍ୟ ଦେଖିବାକୁ ମିଳେ। ଫୁଲମତି ପ୍ରତିଦିନ ଚାଲୁଥିବାରୁ ତାଂକ ଶରୀର ଠିକ କାମ କରୁଥିବା ସ୍ଥାନୀୟ ଲୋକେ କହନ୍ତି। ଯେଉଁ ଦିନ ସେ ପରିବା ବିକିବା ବନ୍ଦ କରିଦେବେ ସେହି ଦିନ ତାଂକ ସ୍ବାସ୍ଥ୍ୟ ଖରାପ ହୋଇଯିବ ବୋଲି ମଧ୍ୟ ଲୋକେ ଆଲୋଚନା କରୁଥିବା ଦେଖିବାକୁ ମିଳେ। ତେବେ ୭୫ ବର୍ଷ ବୟସରେ ମଧ୍ୟ ସ୍ବାବଲମ୍ବୀ ହୋଇଥିବାରୁ ଅନ୍ୟମାନଙ୍କ ପାଇଁ ସେ ପ୍ରେରଣା ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ