Tuesday, October 6, 2026
22.3 C
Odisha

    ଇନ୍ଦିରା ଗାନ୍ଧି ସରକାରରେ ୧୨ ଲକ୍ଷ ଆୟରୁ ୧୦ ଲକ୍ଷ ଟିକସ ଦେବାକୁ ପଡ଼ୁଥିଲା : ମୋଦୀ

    ଆଗକୁ ପଢନ୍ତୁ

    ନୂଆଦଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆଦିଲ୍ଲୀରେ ଏକ ନିର୍ବାଚନୀ ସଭାରେ କଂଗ୍ରେସକୁ ଶାଣିତ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ସରକାର ଅମଳରେ ବିପୁଳ ପରିମାଣରେ ଟିକସ ଆଦାୟ କରାଯାଉଥିଲା । ନେହେରୁଙ୍କ ସମୟରେ ଆୟର ଏକ ଚତୁର୍ଥାଂଶ ଟିକସ ଦେବାକୁ ପଡ଼ୁଥିବାବେଳେ ଇନ୍ଦିରା ଗାନ୍ଧିଙ୍କ ସମୟରେ ସ୍ଥିତି ଏପରି ହୋଇଥିଲା ଯେ ଲୋକଙ୍କୁ ୯୭.୫ ପ୍ରତିଶତ ଟିକସ ଦେବାକୁ ପଡ଼ୁଥିଲା ।ସେ କହିଛନ୍ତି ଯେ ତାଙ୍କ ସରକାର ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଆୟକର ସଂପୂର୍ଣ୍ଣ ଶୂନ କରିଦେଇଛନ୍ତି । ଏହା ଦ୍ବାରା ମଧ୍ୟବିତ୍ତଙ୍କ ପକେଟକୁ ଅଧିକ ଅର୍ଥ ଆସିବ । କିନ୍ତୁ ପୂର୍ବରୁ ଯଦି ଆପଣ ନେହେରୁଙ୍କ ସମୟରେ ୧୨ ଲକ୍ଷ ଟଙ୍କା ଆୟ କରୁଥିଲେ ତେବେ ଆପଣଙ୍କୁ ଏକ ଚତୁର୍ଥାଂଶ ( ୩ ଲକ୍ଷ ଟଙ୍କା) ଦେବାକୁ ପଡ଼ୁଥିଲା । ପୁଣି ଇନ୍ଦିରା ଗାନ୍ଧିଙ୍କ ସମୟରେ ୧୨ ଲକ୍ଷ ଟଙ୍କା ଆୟ ଉପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେବାକୁ ପଡ଼ୁଥିଲା ।

    କ’ଣ କହେ ଇତିହାସ ?

    ଐତିହାସିକ ତଥ୍ୟ ଅନୁସାରେ ୧୯୭୦ ମସିହାରେ ଇନ୍ଦିରା ସରକାର ଆୟକର ହାର ୯୩.୫ ପ୍ରତିଶତକୁ ବୃଦ୍ଧି କରିଥିଲେ । ୧୯୭୩-୭୪ ବେଳକୁ ତାହାକୁ ଆହୁରି ବୃଦ୍ଧି କରି ୯୭.୫ ପ୍ରତିଶତ କରିଦିଆଯାଇଥିଲା । ଆୟ ଓ ସମ୍ପତ୍ତିରେ ସମାନତା ଲାଗି ଏପର କରାଯାଇଥିଲା ବୋଲି ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି କହୁଥିଲେ । କିନ୍ତୁ ବ୍ୟାପକ ଟିକସ ଚୋରି ପରେ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    79 %
    1kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ