Sunday, August 24, 2025
23.6 C
Odisha

    ଶାହାଙ୍କୁ ସାକ୍ଷାତ କଲେ ଫଡନବୀସ, ସିନ୍ଦେ ଓ ପାଓ୍ବାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୫ ଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍ପେନ୍ସ ଜାରି ରହିଛି । ତେବେ ଶିବସେନା ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରୁ ନିଜର ଦାବି ଛାଡ଼ିବା ପରେ ବିଜେପି ନେତା ଦେବେନ୍ଦ୍ର ଫଡନବୀସ ମୁଖ୍ୟମନ୍ତ୍ରୀ ହେବା ନେଇ ପଥ ପରିଷ୍କାର ହୋଇଯାଇଛି । ତେବେ ମନ୍ତ୍ରୀମଣ୍ଡଳ ଗଠନ ନେଇ ଗୁରୁବାର ରାତିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରହିଛି । ଏଥିରେ ଦେବେନ୍ଦ୍ର ଫଡନବୀସ, ଏକନାଥ ସିନ୍ଦେ ଓ ଅଜିତ ପାଓ୍ବର ଯୋଗ ଦେଇଛନ୍ତି । ଏହି ଅବସରରେ ବିଜେପି ସଭାପତି ଜେପି ନଡ୍ଡା ବି ଉପସ୍ଥିତ ଥିଲେ । ସେପଟେ ମୁଖ୍ୟମନ୍ତ୍ରୀ ଦୌଡ଼ରୁ ଓହରିବା ପରେ ସିନ୍ଦେଙ୍କୁ ସନ୍ତୁଷ୍ଟ କରିବାକୁ ବିଜେପି ଉଦ୍ୟମ ଆରମ୍ଭ କରିଦେଇଛି । କୁହାଯାଉଛି ଯେ ସିନ୍ଦେଙ୍କ ନିୟନ୍ତ୍ରଣରେ ଥିବା ଶିବସେନାକୁ କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଦିଆଯାଇପାରେ । ତେବେ ବିଜେପି ନିଜ ପାଖରେ ଗୃହ ବିଭାଗ ସହ ମୋଟ ପ୍ରାୟ ୨୩ଟି ଆସନ ରଖିପାରେ । ସେହିପରି ଅଜିତ ପାଓ୍ବାରଙ୍କ ଅଧିନରେ ଥିବା ଏନସିପିକୁ ବି କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଦିଆଯାଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.6 ° C
    23.6 °
    23.6 °
    91 %
    2.4kmh
    100 %
    Sat
    24 °
    Sun
    25 °
    Mon
    24 °
    Tue
    26 °
    Wed
    29 °

    ସମ୍ବନ୍ଧିତ