Sunday, September 27, 2026
29.2 C
Odisha

    ଶୀତୁଆ ସନ୍ଧ୍ୟାରେ ଦେଖିବାକୁ ମିଳିଲା ଭାରତ ଓ ଇଟାଲୀର ସାଂସ୍କୃତିକ ଐତିହ୍ୟର ମିଶ୍ରଣ

    ଆଗକୁ ପଢନ୍ତୁ

    ବାରିପଦା : ଭାରତ ଓ ଇଟାଲୀ ସାଂସ୍କୃତିକ ସମ୍ପର୍କରେ ଯୋଡିହେଲା ଆଉ ଏକ ନୂଆ ଅଧ୍ୟାୟ। ବାରିପଦା ବେଲଗଡିଆ ରାଜପ୍ରସାଦରେ ଆୟୋଜିତ ହେଲା ଦୁଇ ଦେଶର ସାଂସ୍କୃତିକ ଐତିହ୍ୟର ମିଶ୍ରଣ । ଯୋଗ ଦେଲେ ଦେଶର ବିଭିନ୍ନ ରାଜ ପରିବାରର ସଦସ୍ୟ ଓ ସଂସ୍କୃତି ପ୍ରେମୀ ।

    ଉତ୍ସବ ମୁଖର ହୋଇ ଉଠିଥିଲା ବାରିପଦା ସ୍ଥିତ ବେଲଗଡିଆ ପ୍ୟାଲେସ । ଶୀତୁଆ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଭାରତ ଓ ଇଟାଲୀର ସାଂସ୍କୃତିକ ଐତିହ୍ୟର ମିଶ୍ରଣ । ଇଟାଲୀର ପାରମ୍ପାରିକ ଖାଦ୍ୟ ଓ ପାନୀୟର ସ୍ଵାଦ ସହ ସେଠାକାର ଶିଳ୍ପ- ସଂସ୍କୃତି ବାବଦରେ ଜାଣିବାକୁ ପାଇଥିଲେ ଭାରତୀୟ ସଂସ୍କୃତି ପ୍ରେମୀ ।

    ମୟୁରଭଞ୍ଜ ରାଜପରିବାର ଓ କୋଲାକାତା ସ୍ଥିତ ଇଟାଲୀ ଦୂତାବାସର ମିଳତ ସହଯୋଗରେ ଆୟୋଜିତ ହୋଇଥିଲା ଏହି ସାଂସ୍କୃତିକ ସନ୍ଧ୍ୟା । ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଙ୍ଗନାପଦ୍ମଶ୍ରୀ ଇଲିଆନା ସୀଟାରିଷ୍ଟଙ୍କ ଓଡ଼ିଶୀ ନୃତ୍ୟ ସାଙ୍ଗକୁ ମୟୁରଭଞ୍ଜ ଛଉ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା । ଇଟାଲୀର କଳାକାରମାନେ ମୟୁରଭଞ୍ଜ ଆସି ଛଉନୃତ୍ୟ କିଭଳି ଶିକ୍ଷା କରିବେ ସେ ନେଇ ବ୍ୟବସ୍ଥା କରାଯିବ ବୋଲି କହିଥିଲେ କୋଲକାତା ସ୍ଥିତ ଇଟାଲୀ ଦୂତାବାସ ଅଧିକାରୀ ।

    ଏଭଳି କାର୍ଯ୍ୟକ୍ରମ ଦ୍ଵାରା ଭାରତ ଓ ଇଟାଲୀର ସାଂସ୍କୃତିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି । ପୂର୍ବରୁ ଏହି ରାଜପ୍ରାସାଦକୁ ବହୁ ଦେଶର ପ୍ରତିନିଧୀ ଆସୁଥିଲେ।ରାଜତନ୍ତ୍ର ଯିବା ପରେ ଏହି ଧାରା ଶୀଥିଳ ପଡିଯାଇଥିଲା। ହେଲେ ଏବେ ପୁଣି ଏହା ଆରମ୍ଭ ହୋଇଛି । ଏବେ ଇଟାଲୀ ଦୂତାବାସର ପ୍ରତିନିଧୀ ଦଳ ଆସିଥିବା ବେଳେ ଆଗାମୀ ଦିନରେ ଅନ୍ୟ ଦେଶର ପ୍ରତିନିଧୀ ଦଳ କିଭଳି ଏଠାକୁ ଆସିବେ, ସେ ନେଇ ପଦକ୍ଷେପ ନିଆଯାଉଥିବା ମୟୁରଭଞ୍ଜ ରାଜପରିବାର ପକ୍ଷରୁ ସୂଚନା ଦିଆଯାଇଛି।

    ଝାରଗ୍ରାମ ରାଜପରିବାର, ପାଞ୍ଚୋକୋଟ ରାଜପରିବାର ସମେତ ଅନେକ ସଂସ୍କୃତି ପ୍ରେମୀ ଓ ଅତିଥୀମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ମୟୁରଭଞ୍ଜ ରାଜପରିବାର ଅନ୍ତର୍ଜାତୀୟ ସାଂସ୍କୃତିକ ସମ୍ପର୍କ ବଢାଇବାରେ ପ୍ରଚେଷ୍ଟା ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    69 %
    3.8kmh
    30 %
    Sun
    29 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ