Saturday, October 10, 2026
24.5 C
Odisha

    ମୁହଁ ଖୋଲିଲେ କୁନି ବାବାଙ୍କ ବାପା : କହିଲେ, ମୋ ପୁଅ ଭଗବାନ ନୁହେଁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମୁହଁ ଖୋଲିଲେ କୁନି ବାବାଙ୍କ ବାପା । ଭୁବନେଶ୍ବର ବୈକୁଣ୍ଠ ଆଶ୍ରମ ଘଟଣା ଘନେଇବା ପରେ ମୁହଁ ଖୋଲିଛନ୍ତି ବିବାଦୀୟ ନାବାଳକଙ୍କ ବାପା । ଭିଡିଓ ଜାରି କରି ସ୍ପଷ୍ଟୀକରଣ ରଖିଛନ୍ତି ନାବାଳକଙ୍କ ବାପା କାଶୀନାଥ ମିଶ୍ର । କହିଛନ୍ତି, ମୋ ପୁଅ ଭଗବାନ ନୁହେଁ । କିଛି କୁଚକ୍ରୀ ଗୋଷ୍ଠୀ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରୁଛନ୍ତି ।

    ଫଟୋରେ ଭୁଲ୍ ନାହିଁ, ତୁଳସୀ ରଖି ଫଟୋ ଉଠାଇ ଚକ୍ରାନ୍ତ କରାଯାଉଛି । ମୁଁ କେବେ ବି ମୋ ପୁଅକୁ ଠାକୁର ବୋଲି କହିନାହିଁ କି ପ୍ରଚାର କରିନି । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାମ କରୁଛି । ସବୁ ଘଟଣାର ତଦନ୍ତ ହେଲେ ଭଲ ହେବ ବୋଲି କହିଛନ୍ତି କାଶୀନାଥ ।

    ସେପଟେ ଘଟଣାରେ ଖଣ୍ଡଗିରି ବୈକୁଣ୍ଠ ଆଶ୍ରମରେ ପହଞ୍ଚିଛି ଭରତପୁର ପୋଲିସ । ଏହା ସହ ଭରତପୁର ଥାନାରେ ନିଜ ଆଡୁ ମାମଲା ରୁଜୁ କରିଛି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ। ଘଟଣା ସମ୍ପର୍କରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଏବଂ ସିଡବ୍ଲୁସିକୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। ୧୫ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଲୋକଙ୍କୁ ଭବିଷ୍ୟତ କହୁଥିବା କୁନି କଳକୀ ଫେରାର ଅଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ