Wednesday, September 23, 2026
25.3 C
Odisha

    ଏହି ୫ଟି କାମରୁ ଦୂରେଇ ରୁହନ୍ତୁ, ଖୁବ୍ ଶୀଘ୍ର ମିଳିବ ସଫଳତା

    ଆଗକୁ ପଢନ୍ତୁ

    ଗରୁଡ ପୁରାଣ ଅନୁଯାୟୀ ଏପରି ଅନେକ କଥା ଉଲ୍ଲେଖ କରାଯାଇଛି, ଯାହାକୁ ପାଳନ କରିବା ମାତ୍ରେ ହିଁ ବ୍ୟକ୍ତିଙ୍କର ମାନ-ସମ୍ମାନ, ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ। ଗରୁଡ ପୁରାଣ ଅନୁଯାୟୀ ପ୍ରତ୍ୟେକ ମଣିଷ ଜୀବନରେ ୫ ପ୍ରକାର କାମ କରିବା ଅନୁଚିତ। ଯେଉଁବ୍ୟକ୍ତିମାନେ ଏହି ସବୁ କାମ କରିଥାନ୍ତି ତାଙ୍କ ଜୀବନରେ ସମସ୍ୟା ଅଧିକ ଦେଖାଯାଇଥାଏ।

    -ଅନେକ ଲୋକମାନେ ଜୀବନରେ କୌଣସି ବ୍ୟକ୍ତିଙ୍କୁ ଦାନ ଦେବା ବା ଉଧାରରେ ଟଙ୍କା ଦେବାର ସ୍ବଭାବ ରହିଥାଏ। ଏପରି ଲୋକମାନେ କମ ଆୟ କଲେ ମଧ୍ୟ ଟଙ୍କା ଦାନ କରିଥାନ୍ତି। କିନ୍ତୁ ଏହି ସ୍ବଭାବର ଲୋକମାନେ ଜୀବନରେ ସର୍ବଦା ଦୁଃଖୀ ରହିଥାନ୍ତି। କୌଣସି ବ୍ୟକ୍ତି ଜୀବନରେ ନିଜର କ୍ଷମତା ଠାରୁ ଅଧିକ ଦାନ ଦେବା ଅନୁଚିତ।

    -ଯେଉଁ ବ୍ୟକ୍ତିଙ୍କ ପାଖରେ ଟଙ୍କାର କୌଣସି ଅଭାବ ରହିନଥାଏ, କିନ୍ତୁ ସେମାନେ ସର୍ବଦା କଞ୍ଜୁସ୍ ପ୍ରକୃତିର ହୋଇଥାନ୍ତି ସେହି ବ୍ୟକ୍ତିମାନଙ୍କୁ ସମାଜରେ କେବେ ବି ମାନ-ସମ୍ମାନ ମିଳିନଥାଏ। ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ନିଜର ସାମାର୍ଥ୍ୟ ଅନୁଯାୟୀ ଦାନ କରିବା ଉଚିତ।

    -ଯେଉଁ ମାତା-ପିତାଙ୍କର ସନ୍ତାନ ସଂସ୍କାରୀ ହୋଇନଥାନ୍ତି ସେହି ବ୍ୟକ୍ତିମାନେ ନିଜର ସନ୍ତାନ କାରଣରୁ ସମାଜରେ ଅପମାନିତ ହେବାକୁ ପଡ଼ିଥାଏ। ଏହିକାରଣରୁ ପ୍ରତ୍ୟେକ ମାତା-ପିତା ନିଜ ସନ୍ତାନଙ୍କୁ ଭଲ ସଂସ୍କାର ଦେବା ଉଚିତ.

    -ଯେଉଁ ବ୍ୟକ୍ତିମାନେ ଖରାପ ଲୋକମାନଙ୍କ ସଙ୍ଗତରେ ରହିଥାନ୍ତି ସେମାନଙ୍କୁ କେବେ ମଧ୍ୟ ଭଲ ସମ୍ମାନ ପ୍ରାପ୍ତି ହୋଇନଥାଏ। ଏହି କାରଣରୁ କେବେ ମଧ୍ୟ ଖରାପ ଆଚରଣ କିମ୍ବା ଅଧର୍ମୀ ଲୋକମାନଙ୍କ ପାଖରେ ବସିବା ଅନୁଚିତ।

    -ଏହା ବ୍ୟତୀତ ଯେଉଁ ବ୍ୟକ୍ତିମାନେ ଜୀବନରେ ଅନ୍ୟ ଲୋକମାନଙ୍କ ପାଇଁ କଣାପ ଚିନ୍ତା କରିଥାନ୍ତି ସେହି ବ୍ୟକ୍ତିମାନଙ୍କୁ କେବେ ମଧ୍ୟ ସମ୍ମାନ ମିଳିନଥାଏ। ଗରୁଡ ପୁରାଣ ଅନୁଯାୟୀ ନିଜର ଲାଭ ପାଇଁ ସର୍ବଦା ଅନ୍ୟର ଖରାପ ଚିନ୍ତା କରିବା ଅନୁଚିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.3 ° C
    25.3 °
    25.3 °
    94 %
    4.7kmh
    100 %
    Wed
    26 °
    Thu
    26 °
    Fri
    27 °
    Sat
    29 °
    Sun
    28 °

    ସମ୍ବନ୍ଧିତ