Thursday, September 18, 2025
24.2 C
Odisha

    ଶ୍ମସାନରୁ ଜବତ ହେଲା ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ଶବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ହାଇଡ୍ରାମା । ଅଧା ପୋଡ଼ା ମୃତଦେହ ଜବତ କଲା ପୋଲିସ । ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନଙ୍କ ମୃତ୍ୟୁ ପରେ ବିବାଦ ଦେଖାଦେଇଛି । ଶବ ବ୍ୟବଚ୍ଛେଦ ନକରି, କାହାକୁ ନଜଣାଇ ଶବଦାହ କରୁଥିବା ବେଳେ ଖବର ପାଇ ସମ୍ପର୍କୀୟ ଓ ପୋଲିସ ସତ୍ୟନଗର ମଶାଣିରେ ପହଞ୍ଚିଛନ୍ତି । ବୋହୂ କାହାକୁ ନଜଣାଇ ଶାଶୁ ତଥା ଅଶ୍ରୁକଣା ପ୍ରଧାନଙ୍କ ଶବ ପୋଡ଼ିବା ବେଳେ ଉତ୍ତେଜନା ଦେଖାଦେଇଛି । ପୋଲିସ ମୃତଦେହକୁ ଅଧା ପୋଡ଼ା ଅବସ୍ଥାରେ ଜବତ କରିଛି ।
    ସମ୍ପତ୍ତି ପାଇଁ ବୋହୁ ଶାଶୂଙ୍କ ମାରି ଦେଇଥିବା ଅଭିଯୋଗ ହେଇଥିବା ବେଳେ , ବୋହୁଙ୍କ ଅଭିଯୋଗ ଆମ ସମ୍ପର୍କୀୟ ସମ୍ପତ୍ତି ପାଇଁ ମିଛ କହିଛନ୍ତି । ଘରେ ଶାଶୂଙ୍କ ସମ୍ପର୍କୀୟ ଲୋକ ଅନେକ ବର୍ଷ ଧରି ମତେ ନିର୍ୟାତନା ଦେଇ ଆସୁଥିବା ଅଭିଯୋଗ କରିଥିବା ହେତୁ ସିଏ କାହାକୁ କିଛି ନକହି ଶେଷକୃତ୍ୟ କରୁଥିବା କହିଛନ୍ତି । ଅନ୍ୟପଟେ ବୋହୁ ଶାଶୂଙ୍କୁ ନିର୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ସାନ ଭଉଣି । ଘଟଣା ସ୍ଥଳରେ ଖାରବେଳନଗର ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    92 %
    0.8kmh
    100 %
    Thu
    31 °
    Fri
    31 °
    Sat
    32 °
    Sun
    31 °
    Mon
    31 °

    ସମ୍ବନ୍ଧିତ